ଗିତମ୍ ଏମ୍ବିଏ ଛାତ୍ରଛାତ୍ରୀଙ୍କୁ ପ୍ଲେସମେଣ୍ଟ୍
ବିଶାଖାପାଟନମ୍: ଗିତମ୍ ବିଶ୍ୱବିଦ୍ୟାଳୟ ଅଧୀନ ଗିତମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ (ଜିଆଇଏମ୍)ର ୨୦୧୫-୧୭ ବ୍ୟାଚ୍ର ଏମ୍ବିଏ ଛାତ୍ରଛାତ୍ରୀମାନଙ୍କୁ ଚଳିତବର୍ଷ ପ୍ଲେସମେଣ୍ଟରେ ଉଚ୍ଚ ବେତନରେ ନିଯୁକ୍ତି ମିଳିଛି। ୪ ଜଣ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ହାରାହାରି ୧୨.୧୦ ଲକ୍ଷ ଟଙ୍କାର ବେତନରେ ଆମାଜନ୍ ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏତଦ୍ବ୍ୟତୀତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଜଣକୁୁ ବାର୍ଷିକ ୯.୪୧ ଲକ୍ଷ ଟଙ୍କା ବେତନରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବିରେ ନିଯୁକ୍ତି ଦେଇଛି। ମାଇକ୍ରୋସଫ୍ଟ ୩ ଜଣଙ୍କୁ ବାର୍ଷିକ ୧୦ ଲକ୍ଷ ଟଙ୍କାରେ, ଭିଏମ୍ ଓୟାର ୩ ଜଣଙ୍କୁ ବାର୍ଷିକ ୧୧ ଲକ୍ଷ ଟଙ୍କାରେ, ସର୍ଭିସ ନାଓଁ ୨ ଜଣଙ୍କୁ ବାର୍ଷିକ ୧୨.୪୫ ଲକ୍ଷ ଟଙ୍କାରେ ଏବଂ ଫ୍ୟୁଚର ଫାଷ୍ଟ୍ ଜଣଙ୍କୁ ବାର୍ଷିକ ୯.୨ ଲକ୍ଷ ଟଙ୍କାରେ ନିଯୁକ୍ତି ଦେଇଛି।