ଗିତମ୍‌ ବିଶ୍ୱବିଦ୍ୟାଳୟରେ ଅଷ୍ଟ୍ରେଲିଆ ବାଣିଜ୍ୟ ଆୟୁକ୍ତ

ବିଶାଖାପାଟଣା: ଅଷ୍ଟ୍ରେଲିଆର ବାଣିଜ୍ୟ ଆୟୁକ୍ତ ପିଟର କୋଲମ୍ୟାନ୍‌ ଗିତମ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏମ୍‌ ଏସ୍‌ ପ୍ରସାଦ ରାଓଙ୍କୁ ସାକ୍ଷାତ କରିଛନ୍ତି। ଗିତମ ସହିତ ଅଷ୍ଟ୍ରେଲିଆର ବିଶ୍ୱବିଦ୍ୟାଳୟଗୁଡ଼ିକର କିଭଳି ସହବନ୍ଧନ ସ୍ଥାପନ କରାଯାଇପାରିବ ସେ ନେଇ ଉଭୟ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀ ବିନିମୟ, ଫାକଲଟି ବିନିମୟ, ଯୁଗ୍ମ କାର୍ଯ୍ୟକ୍ରମ ଏବଂ ଗବେଷଣା କ୍ଷେତ୍ରରେ ସହଯୋଗିତାର ସମ୍ଭାବନା ବିଷୟରେ ମଧ୍ୟ ଆଲୋଚନା ହୋଇଛି। ଏହି ଅବସରରେ ଗିତମର ପ୍ରୋ-ଭିସି ପ୍ରଫେସର କେ ଶିବ ରାମ କ୍ରିଷ୍ଣ, ରେଜିଷ୍ଟାର୍‌ ପ୍ରଫେସର ପୋଥା ରାଜୁ ଏବଂ ନିର୍ଦେଶକ-ଆନ୍ତର୍ଜାତିକ କେ ପି ସି କିସନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର