ଗିତମ୍ ନାମଲେଖା ପରୀକ୍ଷା ଏପ୍ରିଲ୍ ୧୧ରେ

ଭୁବନେଶ୍ବର: ଗିତମ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ନାମଲେଖା ପରୀକ୍ଷା ଜିଏଟି-୨୦୨୦ ବିଷୟରେ ଘୋଷଣା କରାଯାଇଛି। ଏହି ପରୀକ୍ଷା ଆସନ୍ତା ବର୍ଷ ଏପ୍ରିଲ୍‌ ୧୧ରୁ ଆରମ୍ଭ ହୋଇ ୨୧ ପର୍ଯ୍ୟନ୍ତ ଚାଲିବ। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କେ ଶିବରାମ କୃଷ୍ଣ କହିଛନ୍ତି, ବିଶ୍ବବିଦ୍ୟାଳୟର ୨୧ ବି.ଟେକ୍, ୧୨ ଏମ୍‌.ଟେକ୍, ବି ଫାର୍ମ, ଏମ୍ ଫାର୍ମ ଓ ଏମ୍ ଆର୍କ ପାଠ୍ୟକ୍ରମ ଲାଗି ସାରା ଦେଶର ୫୦ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ବିଭିନ୍ନ ପରୀକ୍ଷାରେ ଶ୍ରେଷ୍ଠ ରୢାଙ୍କ୍‌ ହାସଲ କରୁଥିବା ବିଦ୍ୟାର୍ଥୀଙ୍କୁ ଏହି ଅନୁଷ୍ଠାନ ମାଗଣାରେ ଶିକ୍ଷାଦାନ କରିବ। ଏହା ବ୍ୟତୀତ ୩୦ କୋଟି ସ୍କଲାରସିପ୍‌ ମଧ୍ୟ ପ୍ରଦାନ କରିବ। ଏହାର କ୍ୟାମ୍ପସ୍ ବିଶାଖାପାଟଣା, ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ରହିଛି।

ସମ୍ବନ୍ଧିତ ଖବର