ଗୀତାଞ୍ଜଳି ଜେମ୍ସ ପାଇଁ ଏନ୍‌ପିଏ ବୋଝ ୮ ହଜାର କୋଟି ବଢ଼ିଯିବ

ନୂଆଦିଲ୍ଲୀ: ପିଏନ୍‌ବି ଠକେଇର ଅନ୍ୟତମ ଅଭିଯୁକ୍ତ ତଥା ନିରବ ମୋଦିଙ୍କ ମାମୁଁ ମେହୁଲ୍‌ ଚୋକ୍‌ସିଙ୍କ ଗୀତାଞ୍ଜଳି ଜେମ୍ସ ପାଇଁ ଗତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ବ୍ୟାଙ୍କ ଗୁଡ଼ିକର ଏନ୍‌ପିଏ ବା ଅନାଦାୟ ଋଣ ପରିମାଣ ଅତିକମ୍‌ରେ ୮ ହଜାର କୋଟି ଟଙ୍କା ବଢ଼ିଯିବ। କାରଣ ଗତ ଡିସେମ୍ବର ୩୧ ତାରିଖରେ ଶେଷ ହୋଇଥିବା ତ୍ରୟମାସ ପର୍ଯ୍ୟନ୍ତ ଏହି କମ୍ପାନି ନେଇଥିବା ଋଣ ଉପରେ ସୁଧ ପ୍ରଦାନ କରିଆସୁଥିଲା। ଚତୁର୍ଥ ତ୍ରୟମାସରେ ବ୍ୟାଙ୍କ ଗୁଡ଼ିକ ଏହି କମ୍ପାନି ଠାରୁ କୌଣସି ସୁଧ କିମ୍ବା ମୂଳ ଋଣ ପରିଶୋଧ ଆକାରରେ ପାଇନାହାନ୍ତି। ତେଣୁ ଏହାକୁ ଏନ୍‌ପିଏ ଭାବେ ଘୋଷଣା କରାଯିବ ବୋଲି ଜଣେ ବରିଷ୍ଠ ବ୍ୟାଙ୍କ ଅଧିକାରୀ କହିଛନ୍ତି। ଡିସେମ୍ବର ସୁଦ୍ଧା ଦେଶରେ ବ୍ୟାଙ୍କ ଗୁଡ଼ିକର ମୋଟ ଏନ୍‌ପିଏ ୮,୪୦,୯୫୮ କୋଟି ଟଙ୍କାରେ ପହଞ୍ଚି ଯାଇଛି। ଏଥିରେ ଶିଳ୍ପ କ୍ଷେତ୍ରର ଏନ୍‌ପିଏ ସର୍ବାଧିକ ରହିଥିବାବେଳେ ଏହା ପଛକୁ ସେବା ଏବଂ କୃଷି କ୍ଷେତ୍ର ରହିଛି।

ସମ୍ବନ୍ଧିତ ଖବର