ଭୁବନେଶ୍ବର: ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ୍‌ ପ୍ରାଇଭେଟ୍ ଲିମିଟେଡ୍‌ର ଗ୍ଲୋବାଲ୍ ବିଜନେସ୍ କାର୍ନିଭାଲ୍-୨୦୨୩ ଚଳିତ ମାସ ୧୯ରୁ ୨୯ ପର୍ଯ୍ୟନ୍ତ ଜନତା ମଇଦାନଠାରେ ଅନୁଷ୍ଠିତ ହେବ। ଏଥିରେ ୨୦ଟି ରାଜ୍ୟ ଓ ୧୨ଟି ଦେଶର ବ୍ୟବସାୟୀ ଅଂଶଗ୍ରହଣ କରିବେ। ୧୬ଟି ଏସି ହ୍ୟାଙ୍ଗରରେ ରିଅଲ ଇଷ୍ଟେଟ୍‌, କୋଠା ଉପକରଣ, ଆଇଟି, ଷ୍ଟାର୍ଟଅପ୍, ଶିକ୍ଷା, ଆସବାବପତ୍ର, ଇଣ୍ଟେରିଅର, ହୋମ୍ ଡେକର, ହୋମ୍ ଆପ୍ଲାଏନ୍‌ସେସ୍‌, ଇଲେକ୍ଟ୍ରୋନିକ୍ସ, ଆଣ୍ଟିକ୍ ଉତ୍ପାଦ, ଲାଇଫ୍‌ଷ୍ଟାଇଲ୍‌ ଗହଣା, ହସ୍ତତନ୍ତ, ହସ୍ତକଳା, ସ୍ବାସ୍ଥ୍ୟ, ୱେଲ୍‌ନେସ୍, ହସ୍ପିଟାଲ୍‌ ଓ କ୍ଲିନିକ୍, କନଷ୍ଟ୍ରକ୍ସନ କଂପାନି, ଏଫ୍ଏମ୍‌ସିଜି ସଂସ୍ଥା ଆଦି ଭାଗ ନେବେ। ଏଥି ସହିତ ଏହି କାର୍ନିଭାଲ୍‌ରେ ଉପ୍ରେ କିଚେନ୍ ଆଣ୍ଡ୍‌ ବାର୍‌ ଦ୍ବାରା ସ୍ଥାପିତ ଏକ ଫୁଡ୍‌ ଜୋନ୍ ମଧ୍ୟ ରହିବ ବୋଲି କଂପାନିର ପ୍ରବନ୍ଧ ନିର୍ଦେଶକ ସୁଜିତ ଗୁପ୍ତା କହିଛନ୍ତି।

Advertisment

ଏହି ବି୨ବି ଓ ବି୨ସି ପ୍ରଦର୍ଶନୀ ଅପରାହ୍ନ ୨ଟା ୩୦ରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଖୋଲାରହିବ। ପ୍ରତିଦିନ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି କାର୍ନିଭାଲ୍‌ ପାଇଁ ଗୁପ୍ତା ଇଭେଣ୍ଟ୍‌ ମ୍ୟାନେଜମେଣ୍ଟ୍‌ ପକ୍ଷରୁ ଏମ୍ଏସ୍‌ଏମ୍ଇ ଓ କଏର ବୋର୍ଡ‌ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଏହି ୧୧ ଦିନିଆ କାର୍ଭିନାଲ୍‌କୁ ୫ ଲକ୍ଷରୁ ଅଧିକ ଲୋକ ପରିଦର୍ଶନ କରିବେ ବୋଲି ଆଶା କରାଯାଉଛି। ସୁଜିତ ଓ ପାୟଲ ଆଚାର୍ଯ୍ୟ ଗୁପ୍ତାଙ୍କ ନେତ୍ୃତ୍ବରେ ଗୁପ୍ତା ଇଭେଣ୍ଟ୍‌ ମ୍ୟାନେଜମେଣ୍ଟ୍‌ ବ୍ୟବସାୟୀ ଓ ଗ୍ରାହକଙ୍କୁ ଏକ ସ୍ବତନ୍ତ୍ର ପ୍ଲାଟଫର୍ମ ଯୋଗାଇବା ଉପରେ କାର୍ଯ୍ୟ କରୁଛି।