ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କୁ ବିଦେଶରେ ଡାକ୍ତରୀ ପାଠ ପଢ଼ିବାର ସୁଯୋଗ ପ୍ରଦାନ କରୁଥିବା ଗ୍ଲୋବାଲ୍ ଫୋକସ୍ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଶିଷ୍ଟ ଚିକିତ୍ସକ ଆଦିତ୍ୟ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସଂସ୍ଥାର ପ୍ରତିଷ୍ଠାତା ଅବଦୁଲ୍ ଜାହିର ଓ ସ୍ୱାଧୀନ ମହାପାତ୍ର ଉପସ୍ଥିତ ଥିଲେ। ବିଦେଶରେ ଡାକ୍ତରୀ ପାଠପଢ଼ିବା ପାଇଁ ରହିଥିବା ସୁଯୋଗ ବିଷୟରେ ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ଛାତ୍ରଛାତ୍ରୀମାନେ ଜର୍ମାନି ଭଳି ଦେଶରେ କିଭଳି ମାଗଣାରେ ଡାକ୍ତରୀ ଶିକ୍ଷା ହାସଲ କରିପାରିବେ ସେ ଉପରେ ଦୁଇ ବିଶେଷଜ୍ଞ ବିବେକ କୁମାର ଓ ଦୀପକ କୁମାର ଓଝା ଆଲୋଚନା କରିଛନ୍ତି। ଡବ୍ଲ୍ୟୁଏଚ୍ଓ ଓ ଏମ୍ସିଆଇର ସ୍ୱୀକୃତି ହାସଲ କରିଛି ଗ୍ଲୋବାଲ୍ ଫୋକସ୍। ପ୍ରତିବର୍ଷ ଏହା ଜରିଆରେ ୧୦ ହଜାର ଛାତ୍ରଛାତ୍ରୀ ବିଦେଶରେ ଡାକ୍ତରୀ ପାଠ ପଢ଼ିବାର ସୁଯୋଗ ପାଉଛନ୍ତି।
ଗ୍ଲୋବାଲ୍ ଫୋକସ୍ର ସମ୍ମିଳନୀ
/sambad/media/post_attachments/wp-content/uploads/2018/07/GLOBAL-FOCUS-PHOTO.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)