କଟକ : ରୁଚି ଫୁଡଲାଇନ୍ର ନିର୍ଦ୍ଦେଶିକା ରଶ୍ମି ସାହୁ ଚଳିତ ବର୍ଷର ସମ୍ମାନଜନକ ଗ୍ଲୋବାଲ ଆଇକନ୍ ବିଜିନେସ୍ ଆୱାର୍ଡ- ୨୦୨୨ ପାଇଛନ୍ତି। ନୂଆଦିଲ୍ଲୀସ୍ଥିତ ଲା’ମେରିଡିଆନ୍ ହୋଟେଲରେ ଏନ୍ଏନ୍ଏସ୍ ମିଡିଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ରାଜେଶ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଟେଲିକମ୍ ରାଷ୍ଟ୍ରମନ୍ତ୍ରୀ ଦେବୁ ସିଂହ ଚୌହ୍ବାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ସାହୁଙ୍କ ସମେତ ଦେଶର ୧୧ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମ୍ମାନିତ କରିଥିଲେ।
ଶ୍ରୀମତୀ ସାହୁ ରୁଚି ଫୁଡଲାଇନ୍ର ନିର୍ଦ୍ଦେଶିକା ଭାବେ କାର୍ଯ୍ୟରତ ଥିବାବେଳେ ଓଡ଼ିଶାର ପ୍ରଥମ ଫ୍ରୋଜନଫୁଡ୍ସ କମ୍ପାନି ଫ୍ରୋଜିଟ୍ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶିକା। ସେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଆସାମ, ଉତ୍ତରପ୍ରଦେଶ, ଆନ୍ଧପ୍ରଦେଶ, ହାଇଦ୍ରାବାଦ୍, ଛତିଶଗଡ଼, ଝାଡ଼ଖଣ୍ତ, ନୂଆଦିଲ୍ଲୀ, ଦୁବାଇ ଓ ଆବୁଧାବିରେ ନିଜ ସାମଗ୍ରୀ ପହଞ୍ଚାଇ ପାରିଛନ୍ତି।