ଆଜି ବିବାହ ବନ୍ଧନରେ ଆବଦ୍ଧ ହେଲେ ଶ୍ଲୋକା-ଆକାଶ ଅମ୍ବାନୀ : ବିଶ୍ୱର ଏହି ପ୍ରସିଦ୍ଧ ବ୍ୟକ୍ତିମାନେ ବିବାହରେ ହେଲେ ସାମିଲ

ମୁମ୍ବାଇ : ବିଶ୍ୱର ଜଣାଶୁଣା ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀ ଆଜି ଶ୍ଲୋକା ମେହେତାଙ୍କୁ ବିବାହ ହୋଇଛି । ଦୁହିଁଙ୍କ ବିବାହରେ ବିଶ୍ୱର ସବୁ ବଡ଼ ବଡ଼ ବ୍ୟକ୍ତି ଯୋଗ ଦେଉଥିବା ଜଣା ପଡ଼ିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ବଡ଼ ବଡ଼ ବ୍ୟବସାୟୀ, କଳାକାର ଏବଂ  ରାଜନେତା । ସଂଯୁକ୍ତ ରାଷ୍ଟ୍ରର ମହାସଚିବ ବାନ୍‌-କି-ମୁନ୍‌ ଏବଂ ତାଙ୍କ ପତ୍ନୀ, ବ୍ରିଟେନ୍‌ର ପୂର୍ବ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟର ଏବଂ ତାଙ୍କ ପତ୍ନୀ ଚେରୀ ବ୍ଲେୟର, ଗୁଗଲ ସିଇଓ ସୁନ୍ଦର ପିଚାଇ ଏବଂ ତାଙ୍କ ପତ୍ନୀ ଅଞ୍ଜଳି ପିଚାଇଙ୍କ ଭଳି ଅନେକ ଜଣାଶୁଣା ବ୍ୟକ୍ତି ବିବାହରେ ସାମିଲ ହେଉଛନ୍ତି । ଭାରତୀୟ ରାଜନେତାଙ୍କ ମଧ୍ୟରେ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ତାଙ୍କ ପତ୍ନୀ ଅମୃତା, ରେଳମନ୍ତ୍ରୀ ପୀୟୁଷ ଗୋୟଲ, କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ପୂର୍ବ ବାଣିଜ୍ୟ ମନ୍ତ୍ରୀ ଆନନ୍ଦ ଶର୍ମା ସାମିଲ ହେବେ ।

India TV

ବିବାହର ଭିଆଇପି ଗେଷ୍ଟ୍‍ ଲିଷ୍ଟରେ ୟୁନାଇଟେଡ୍‌ ଆରବ ଏମିରେଟ୍‌ସର ସଂସ୍କୃତି,ଯୁବ ଏବଂ ସାମାଜିକ ମନ୍ତ୍ରୀ ଶେଖ୍‌ ଅଲ୍‌ ନନାହୟାନ୍‌, ସାମ୍‌ସଙ୍ଗର ଉପାଧ୍ୟକ୍ଷ ଜେ ଲି, ସାଉଦିର ତୈଳ ମନ୍ତ୍ରୀ ଖାଲିଦ୍‌ ଅଲ ଫାଲିହ ଇତ୍ୟାଦିଙ୍କ ନାଁ ଅତିଥି ତାଲିକାରେ ରହିଛି । ୨୦୧୯ର ଏହା ସବୁଠାରୁ ଚର୍ଚ୍ଚିତ ବିବାହ ହେବାକୁ ଯାଉଥିବା ବେଳେ ଏହା ଉପରେ ସାରା ବିଶ୍ୱର ନଜର ରହିଛି । ବିଭିନ୍ନ ଦେଶରୁ ଲୋକେ ଏହି ବିବାହରେ ଯୋଗ ଦେଉଥିବା ବେଳେ ଏହା ଚଳିତ ବର୍ଷରୁ ସବୁଠାରୁ ଚର୍ଚ୍ଚିତ ବିବାହ ରହିବ ବୋଲି ଆଶା କରାଯାଉଛି ।

ମୁମ୍ବାଇରେ ବିବାହର ଭବ୍ୟ ଆୟୋଜନ କରାଯାଇଥିବା ଜିଓ ଓ୍ଵାଲର୍ଡ ସେଣ୍ଟରରେ ବିବାହ ଅନୁଷ୍ଠିତ ହେଉଛି । ବିବାହର କାର୍ଯ୍ୟକ୍ରମ ୩ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ମାର୍ଚ୍ଚ ୧୧ରେ ବିବାହ ଭୋଜିର ଆୟୋଜନ କରାଯାଇଛି ।

aajtak.intoday.in
ସମ୍ବନ୍ଧିତ ଖବର