ମୁମ୍ବାଇ: ବିଶ୍ବର ବିଭିନ୍ନ ଦେଶରେ ଷ୍ଟକ୍ ବଜାର କାରବାର ମାନ୍ଦା ରହିବାରୁ ଆଜି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର କାରବାର ପ୍ରଭାବିତ ହୋଇଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ଆଜି ୧୦୪୮ ପଏଣ୍ଟ୍ ହ୍ରାସ ପାଇ ୮୨,୬୨୬.୭୬ ପଏଣ୍ଟ୍ରେ ବନ୍ଦ ହୋଇଛି। ଏକ ସମୟରେ ତାହା ୧୧୪୦ ପଏଣ୍ଟ୍ ତଳକୁ ଖସିଯାଇଥିଲା। କାରବାର ଶେଷ ବେଳକୁ କିନ୍ତୁ ସେଥିରେ କିଛିଟା ସୁଧାର ଘଟିଥିଲା। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ର ନିଫ୍ଟି ମଧ୍ୟ ୩୩୬ ପଏଣ୍ଟ୍ ହ୍ରାସ ପାଇ ୨୫,୪୭୧ ପଏଣ୍ଟ୍ରେ ବନ୍ଦ ହୋଇଛି।
ସେନ୍ସେକ୍ସ ଓ ନିଫ୍ଟିରେ ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନେ ବିପୁଳ କ୍ଷତି ସହିଛନ୍ତି। ସେମାନେ ପ୍ରାୟ ୬ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।ସେନ୍ସେକ୍ସରେ ହିନ୍ଦୁସ୍ତାନ ୟୁନିଲିଭର, ଇଟର୍ନାଲ୍, ଟାଇଟାନ, ଟାଟା ଷ୍ଟିଲ୍, ଆଦାନୀ ପୋର୍ଟସ୍, ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍, ପାୱାରଗ୍ରିଡ୍, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍, ଏସିଆନ୍ ପେଣ୍ଟ୍ସ, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଏଚ୍ଡିଏଫ୍ସି ବ୍ୟାଙ୍କ ଓ ଏଚ୍ସିଏଲ୍ ଟେକ୍ନୋଲୋଜିସ୍ର ସେୟାର ମୂଲ୍ୟରେ ହ୍ରାସ ଘଟିଛି। କିନ୍ତୁ ବଜାଜ ଫାଇନାନ୍ସ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସେୟାର ମୂଲ୍ୟ ବଢ଼ିଛି।
ଆହୁରି ପଢ଼ନ୍ତୁ: Paddy: ଚାଷୀଙ୍କ ସମସ୍ୟା ନେଇ ନବ ନିର୍ମାଣ କୃଷକ ସଂଗଠନର ବିକ୍ଷୋଭ
ବିଶେଷଜ୍ଞମାନଙ୍କ ମତରେ ଭାରତ-ଆମେରିକା ବାଣିଜ୍ୟ ରାଜିନାମା ଦ୍ବନ୍ଦ୍ବ ଦୂର ହେବା ପରେ ଏବେ ସୂଚନା ପ୍ରଯୁକ୍ତି ଦୁନିଆରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ପ୍ରଭାବକୁ ନେଇ ବିପଦ ଦେଖାଦେଇଛି। ତାହା ଭାରତୀୟ ଆଇଟି କମ୍ପାନିଗୁଡ଼ିକର ପ୍ରତିଯୋଗିତା ଭାବକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି। ସେଥିପାଇଁ ନିବେଶକମାନେ ଆଇଟି କମ୍ପାନିଗୁଡ଼ିକର ସେୟାର ବିକ୍ରି କରୁଛନ୍ତି। ଟିସିଏସ୍ ସେୟାର ମୂଲ୍ୟରେ ବୃହତ୍ ହ୍ରାସ ଘଟିଛି। ସେହି ସମୟରେ ଡଲାର ଦୃଢ଼ ହୋଇଥିବାରୁ ଧାତବ କମ୍ପାନିର ସେୟାରକୁ ବିକ୍ରି ଲାଭ ଉଠାଇବାକୁ ନିବେଶକମାନେ ଉଦ୍ୟମ କରିଥିଲେ। ତାହାର ପ୍ରଭାବରେ ମଧ୍ୟ ସେନ୍ସେକ୍ସ ଓ ନିଫ୍ଟି ଦୁର୍ବଳ ହୋଇଥିଲା।
ଆହୁରି ପଢ଼ନ୍ତୁ: Lord Jagannath: ଗଞ୍ଜାମ ଜିଲ୍ଲାରୁ ମହାପ୍ରଭୁଙ୍କ ଦର୍ଶନ କଲେ ୭୪ ଜଣ ବରିଷ୍ଠ ନାଗରିକ
ଏସିଆ ମହାଦେଶରେ ହଂକଂର ହାଙ୍ଗସେଙ୍ଗ, ସାଂଘାଇ କମ୍ପୋଜିଟ୍ ଇଣ୍ଡେକ୍ସ, ଜାପାନର ନିକେଇ ୨୨୫, ଦକ୍ଷିଣ କୋରିଆର କୋପ୍ସି ମଧ୍ୟ ହ୍ରାସ ସହ ବନ୍ଦ ହୋଇଛି। ୟୁରୋପୀୟ ବଜାରରେ କାରବାର ମିଶ୍ରିତ ଫଳାଫଳ ପ୍ରଦାନ କରିଥିଲା। ଆମେରିକା ଷ୍ଟକ୍ ବଜାରଗୁଡ଼ିକର ସୂଚୀ ମଧ୍ୟ ହ୍ରାସ ପାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/13/untitled-24jpg-2026-02-13-18-51-19.jpeg)