ଆଣ୍ଡ୍ରଏଡ୍‌ରେ ଜିମେଲ୍‌, ଗୁଗୁଲ୍‌ ପେ’, କ୍ରୋମ୍ ଡାଉନ୍‌

ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍‌ ଫୋନ୍ ବ୍ୟବହାରକାରୀମାନେ ଆଜି ଗୁଗୁଲ୍‌ର ବିଭିନ୍ନ ପ୍ରକାର‌ ସେବା ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି। ବିଶେଷ କରି ଜିମେଲ୍, ଗୁଗୁଲ୍ ପେ’ ଓ ଗୁଗୁଲ୍ କ୍ରୋମ୍ ବାରମ୍ବାର କ୍ରାସ୍‌ ହୋଇଥିଲା। ଗୁଗୁଲ୍‌ର ଅନେକ ଆପ୍‌ ଆଣ୍ଡ୍ରଏଡ୍‌ ଫୋନ୍‌ରେ କାମ କରିବା ବନ୍ଦ କରିଦେଇଥିଲା।

ଏହି ସମସ୍ୟାକୁ ଗୁଗୁଲ୍ ତୁରନ୍ତ ଜାଣିପାରିଥିଲା ଏବଂ ତାହାର ସମାଧାନ ଲାଗି ତ୍ବରିତ ପଦକ୍ଷେପ ଗ୍ରହଣ କରିଛି। ତେବେ ୱେବ୍‌ସାଇଟ୍‌ରେ ଜିମେଲ୍‌, କ୍ରୋମ୍ ଆଦିକୁ ବ୍ୟବହାର କରିବାରେ ‌କୌଣସି ଅସୁବିଧା ହୋଇନାହିଁ। ଜିମେଲ୍‌କୁ ବ୍ୟବହାର କରିନହେବା ଅନେକ ବ୍ୟବହାରକାରୀଙ୍କୁ ଚିନ୍ତାରେ ପକାଇଥିଲା। ସେମାନେ ଏହି ସମସ୍ୟା ବିଷୟରେ ଡାଉନ୍‌ଡିଟେକ୍ଟର ଓ ରେଡିଡ୍‌ ଜରିଆରେ ଅବଗତ କରିଥିଲେ। ଆଣ୍ଡ୍ରଏଡ୍‌ ୱେବଭିଉ ଯୋଗୁଁ ଏହି ସମସ୍ୟା ଦେଖାଦେଇଛି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର