ମୁମ୍ବାଇ: ନିକଟରେ ଘରୋଇ ବିମାନ କଂପାନି ଗୋଏୟାର ଏହାର ଡଜନରୁ ଅଧିକ ବିମାନର ଉଡ଼ାଣକୁ ହଠାତ୍ ବାତିଲ କରିଦେଇଥିଲା ଯାହାକୁ ନେଇ ଯାତ୍ରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏଭଳି ପଦକ୍ଷେପ ନେବା ପଛର ପ୍ରକୃତ କାରଣ ବିଷୟରେ ଗୋଏୟାର କହିଛି ଯେ, ବୋଇଙ୍ଗ୍ ଠାରୁ ବିମାନ ମିଳିବାରେ ବିଳମ୍ବ ହେବା ଏବଂ ଠିକ୍ ସମୟରେ ଇଞ୍ଜିନ ଉପଲବ୍ଧ ହେଉନଥିବାରୁ କଂପାନି ଏହାର ବିମାନଗୁଡ଼ିକର ଉଡ଼ାଣ ବାତିଲ କରିବାକୁ ବାଧ୍ୟ ହୋଇଛି। ୧୪୪ଟି ବିମାନ କିଣିବା ଲାଗି ଗୋଏୟାର ପକ୍ଷରୁ ବୋଇଙ୍ଗ୍କୁ ବରାଦ ଦିଆଯାଇଥିଲା। ସେହି ବିମାନଗୁଡ଼ିକ ମିଳିବାରେ ବିଳମ୍ବ ହେଉଛି।
ଉଡ଼ାଣ ବାତିଲ ପଛର କାରଣ ଜଣାଇଲା ଗୋଏୟାର
/sambad/media/post_attachments/wp-content/uploads/2019/08/goair.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)