ନୂଆଦିଲ୍ଲୀ : ନିଜକୁ ଦେବାଳିଆ ଘୋଷଣା କରିବା ଲାଗି ନ୍ୟାସନାଲ୍ କଂପାନି ଲ’ ଟ୍ରିବ୍ୟୁନାଲ୍ଙ୍କ ଦ୍ବାରସ୍ଥ ହୋଇଥିବା ବିମାନ କଂପାନି ଗୋ ଫାଷ୍ଟ୍ ପୁଣି ଥରେ ଉଡ଼ିବାକୁ ସଜବାଜ ହେଉଛି। ୨୨ଟି ବିମାନକୁ ନେଇ ଉଡ଼ାଣ ପୁନର୍ବାର ଆରମ୍ଭ କରିବା ଲାଗି କଂପାନି ବେସମାରିକ ବିମାନ ଚଳାଚଳ ମହାନିର୍ଦେଶାଳଳୟଙ୍କ ନିକଟରେ ଆବେଦନ କରିଛି। ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବା ପରେ ଗତ ମେ’ ୩ ପରଠାରୁ କଂପାନିର ଉଡ଼ାଣ ବନ୍ଦ ରହିଛି। କଂପାନିଠାରୁ ବିମାନ ଫେରାଇ ନେବା ଲାଗି ଲିଜ୍ରେ ଦେଇଥିବା ସଂସ୍ଥାଗୁଡ଼ିକ ସଂଘର୍ଷ କରୁଛନ୍ତି। ଇଞ୍ଜିନ ମରାମତି ନହେବାରୁ କଂପାନିର ସ୍ଥିତି ଖରାପ ହୋଇଥିଲା।
୨୨ଟି ବିମାନ ସହ ପୁଣି ଉଡ଼ିବ ଗୋ ଫାଷ୍ଟ୍
/sambad/media/post_attachments/wp-content/uploads/2023/05/go-first-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)