‘ଗୋ ସ୍ପିଡ୍‌ ଗୋ’ର ନୂଆ ଆଇଓଏସ୍‌ ଆପ୍‌

ଭୁବନେଶ୍ୱର: ତିନିଚକିଆଠାରୁ ଆରମ୍ଭ କରି କାର୍‌ ଓ ବଡ଼ ଟ୍ରକ୍‌ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଗାଡ଼ି ପାଇଁ ସର୍ଭିସିଂ ସୁବିଧା ପ୍ରଦାନ କରୁଥିବା ଗୋ ସ୍ପିଡ୍‌ ଗୋ (ଜିଏସ୍‌ଜି) ପକ୍ଷରୁ ନୂଆ ଆଇଓଏସ୍‌ ଆପ୍‌କୁ ଉନ୍ମୋଚନ କରାଯାଇଛି। କଂପାନିର ଆପ୍‌ ପୂର୍ବରୁ ଆଣ୍ଡ୍ରଏଡ୍‌ ପ୍ଲାଟଫର୍ମରେ ଉପଲବ୍ଧ ହେଉଥିଲା। ତେବେ ଆଇଫୋନ୍‌ ଗ୍ରାହକଙ୍କ ବର୍ଦ୍ଧିତ ସଂଖ୍ୟାକୁ ଦୃଷ୍ଟିରେ ରଖି କଂପାନି ଆଇଓଏସ୍‌ ଆପ୍‌ ଉନ୍ମୋଚନ କରିଛି ବୋଲି ଏହାର ପ୍ରମୋଟର ସଚିଦାନନ୍ଦ ଭୋଇ କହିଛନ୍ତି। କଂପାନିର ଆପ୍‌କୁ ୨୦୦୦ରୁ ଅଧିକ ଲୋକ ଡାଉନ୍‌ଲୋଡ୍‌ କରିସାରିଲେଣି। ଏହି ଆପ୍‌ ଜରିଆରେ ଗ୍ରାହକମାନେ ଯେକୌଣସି ସ୍ଥାନରେ ଥାଇ ଖରାପ ଗାଡ଼ିକୁ ସଜାଡ଼ିବା ପାଇଁ ଅନୁରୋଧ କରିପାରିବେ। ବହୁତ କମ୍‌ ସମୟ ଓ ସୁଲଭ ମୂଲ୍ୟରେ ଗୋ ସ୍ପିଡ୍‌ ଗୋ ସର୍ଭିସିଂ ସୁବିଧା ଯୋଗାଇ ଦେଉଛି। ଗତବର୍ଷ ଏହା ଓଡ଼ିଶା ସମେତ ୬ଟି ଜିଲ୍ଲାରେ ବାଣିଜ୍ୟିକ କାରବାର ଆରମ୍ଭ କରିଥିଲା। ରାଜ୍ୟର ୯୦ଟି ଓ୍ଵାର୍କସପ୍‌ ସହିତ ଏହା ସହଯୋଗିତା ସ୍ଥାପନ କରିଛି।

ସମ୍ବନ୍ଧିତ ଖବର