ଯାନ୍ତ୍ରିକ ତ୍ରୁଟି କାରଣରୁ ୧୮୫ ଜଣ ଯାତ୍ରୀଙ୍କୁ ଧରି ଯାଉଥିବା ଗୋଏୟାର୍‌ ବିମାନ ଗନ୍ତବ୍ୟକୁ ନଯାଇ ଓଲଟା ଫେରିଲା

କୋଲକାତା: ବୁଧବାର ଅପରାହ୍ନରେ ଅହମ୍ମଦାବାଦ୍‌ରୁ କୋଲକାତା ଅଭିମୂଖେ ୧୮୫ ଜଣ ଯାତ୍ରୀଙ୍କୁ ଧରି ଉଡ଼ାଣ ଭରୁଥିବା ଗୋଏୟାର୍‌ର ଏକ ଯାତ୍ରୀବାହୀ ବିମାନରେ ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ, ବିମାନର ପାଇଲଟ ଜଣକ ନିଜର ଉପସ୍ଥିତ ବୁଦ୍ଧି ଖର୍ଚ କରି ବିମାନଟିରେ କୌଣସି ପ୍ରକାର ଦୁର୍ଘଟଣା ଘଟିବା ଆଗରୁ ଏହାକୁ ସୁରକ୍ଷିତ ଭାବେ ଅବତରଣ କରାଇ ଦେଇଛନ୍ତି।

ଯାନ୍ତ୍ରିକ ତ୍ରୁଟି ଦେଖା ଦେବା ପରେ ପାଇଲଟ୍‌ ଜଣକ ଆଦୌ ବି ଭୟଭୀନ ନ ହୋଇ ଅତ୍ୟନ୍ତ ବୁଦ୍ଧିମତାର କାମ କରିଥିଲେ। ଏହି ତ୍ରୁଟି କାରଣରୁ କାଳେ ମଝି ଆକାଶରେ ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହେବ ଆଶଙ୍କା କରି ସେ ବିମାନର ଉଡ଼ାଣ ଭରି ଗନ୍ତବ୍ୟସ୍ଥଳ ଅଭିମୂଖେ ଯିବା ପରିବେର୍ତ୍ତ ବିମାନରେ ଥିବା ୧୮୫ ଜଣ ଯାତ୍ରିଙ୍କୁ ଧରି ଆଉ ଥରେ ଅହମ୍ମଦାବାଦ୍‌କୁ ଫେରି ଆସିଥିଲେ। ଅହମ୍ମଦାବାଦ୍‌ର ସର୍ଦ୍ଦାର ବଲ୍ଲବଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରାଇଥିଲେ। ତେବେ, ବିମାନର ଇଞ୍ଜିନରେ ଦେଖା ଦେଇଥିବା ଯାନ୍ତ୍ରିକ ତ୍ରୁଟି ସଂପର୍କରେ ଏବେ ଅନୁଧ୍ୟାନ ସହ ତଦନ୍ତ ଆରମ୍ଭ ହୋଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର