ଦେଶର ସବୁଠୁ କମ ବିଜୁଳି ଖର୍ଚ୍ଚ କରୁଥିବା ଏସି ଲଞ୍ଚ୍‌ କଲା ଗୋଦ୍ରେଜ୍‌

ମୁମ୍ବାଇ : ଗୋଦରେଜ ଆପ୍ଲିଆନସେସ୍‌  ସର୍ବାଧିକ ଆଇଜର ରେଟିଂ ୬.୧୫ର ଶକ୍ତି  ସଂଚୟକାରୀ ଏୟାରକଣ୍ଡିସନର ବଜାରକୁ ଛାଡ଼ିଛି । ଏହା ବର୍ଷକୁ ମାତ୍ର ୪୫୩ ୟୁନିଟ୍‌ ବିଜୁଳି ଶକ୍ତି ଖର୍ଚ୍ଚ କରେ ଓ ଏକ ୫-ଷ୍ଟାର ଏସି ତୁଳନାରେ ୨୫ ପ୍ରତିଶତରୁ ଅଧିକ ବିଜୁଳି ସଂଚୟ କରେ ବୋଲି କମ୍ପାନି କହିଛି । ଏଣୁ ଏହା ଦେଶର ସବୁଠୁ  କମ ବିଜୁଳି ଖର୍ଚ୍ଚ କରୁଥିବା ଏସି ବୋଲି କମ୍ପାନି ଦାବି କରିଛି ।

ଏହା ଯେ କେବଳ ବିଇଇର ୫ଷ୍ଟାର ରେଟିଂ ମାନଦଣ୍ଡ ପୂରଣ କରୁଛି ସେକଥା ନୁହେଁ ୨୦୧୯ ପାଇଁ ବିଇଇ ( ବ୍ୟୁରୋ ଅପ ଏନର୍ଜି ଏଫିସିଏନ୍ସି) ର ଧାର୍ଯ୍ୟ ମାନଦଣ୍ଡ ମଧ୍ୟ ପୂରଣ କରୁଛି । ସାଧାରଣତଃ ଏସି ଗୁଡ଼ିକ  ଅଧିକ ବିଜୁଳି ଶକ୍ତି ଖର୍ଚ୍ଚ କରିବା ସହ ତାପମାତ୍ରା ବୃଦ୍ଧିରେ ସହାୟକ ହୋଇଥାଏ ।  ୧ ଟନ୍‌ ବିଶିଷ୍ଟ ଏହି ଏସିର ମୂଲ୍ୟ ୫୫,୦୦୦ ରୁ ୬୫୦୦୦ ଟଙ୍କା ମଧ୍ୟରେ ରହିଛି । ଏହାକୁ ଦୃଷ୍ଟିରେ ଏହି ନୂଆ ଏସିରେ ଶକ୍ତି ସଂଚୟ ଓ ପରିବେଶ ଅନୁକୂଳ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିରେ ଗ୍ରୀନ ଇନଭର୍ଟର ପ୍ରଯୁକ୍ତି ଉପଯୋଗ କରାଯାଇଛି । ଆର-୨୯୦ ଶୀତଳୀକରଣ ଏଥିରେ ବ୍ୟବହାର କରାଯାଇଛି ଯାହାର ଓଜନ ନଷ୍ଟ କ୍ଷମତା ଶୂନ୍ୟ । ଯେତେବେଳେ ଏହାକୁ ଇକୋ ମୋଡ଼ରେ ରଖାଯିବ ସେତେବେଳେ ୨୫% କମ୍‌ ଶକ୍ତି ଉପଯୋଗ ହେବ । ଏଥିରେ ୩ଏକ୍ସ ବିଏଲଡ଼ିସି ପ୍ରଯୁକ୍ତି, ଇଣ୍ଟେଲିଜେଣ୍ଟ ଏୟାର ଥ୍ରୋ ଓ ୟୁଜର ଡ଼ିଫାଇନ ଏୟାର ଥ୍ରୋ ପ୍ରଯୁକ୍ତି  ରହିଛି । ଗୋଦରେଜ ଆପ୍ଲିଆନସେସ୍‌ ଏଥିପାଇଁ ୧୦ ବର୍ଷ  କଂପ୍ରେସର ୱାରେଣ୍ଟି  ଓ ୫ ବର୍ଷ କଣ୍ଡେନସର ୱରେଣ୍ଟି ରଖିଛି ।

ସମ୍ବନ୍ଧିତ ଖବର