ସାମ୍ବାଦିକମାନଙ୍କୁ ତାଲିମ ଦେବ ଗୁଗୁଲ୍‌

ନୂଆଦିଲ୍ଲୀ: ସାମ୍ବାଦିକମାନଙ୍କୁ ତାଲିମ ଦେବା ଲାଗି ଗୁଗୁଲ୍‌ ଆଗେଇ ଆସିଛି। ଭୁଲ ଖବରକୁ କିଭଳି ନୂଆ ପ୍ରଯୁକ୍ତି ମାଧ୍ୟମରେ ଚିହ୍ନଟ କରାଯିବ ସେ ନେଇ ଗୁଗୁଲ୍‌ ଏହି ତାଲିମ କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କୁ ସଚେତନ କରିବ। ଆସନ୍ତା ବର୍ଷକ ମଧ୍ୟରେ ଇଂରାଜୀ ସମେତ ଅନ୍ୟ ୬ଟି ଭାଷାରେ ଦେଶର ୮ ହଜାର ସମ୍ବାଦିକଙ୍କୁ କମ୍ପାନି ତାଲିମ ପ୍ରଦାନ କରିବ। ୬ଟି ଅନ୍ୟ ଭାଷା ମଧ୍ୟରେ ହିନ୍ଦୀ, ତାମିଲ, ତେଲୁଗୁ, ବଙ୍ଗଳା, ମରାଠୀ ଏବଂ କନ୍ନଡ଼ ରହିଛି। ସାମ୍ବାଦିକମାନଙ୍କ ତାଲିମ ଦେବା ଲାଗି କମ୍ପାନି ଦେଶରୁ ୨୦୦ ସାମ୍ବାଦିକଙ୍କୁ ଚୟନ କରିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର