ଭୁବନେଶ୍ବର: ଗତକାଲି ରାଜ୍ୟରେ ଐତିହାସିକ ଏକ ଲକ୍ଷ ଟଙ୍କା ସ୍ତର ଅତିକ୍ରମ କରି ଇତିହାସ ରଚିଥିବା ସୁନା ଦରରେ ବୁଧବାର ବଡ଼ ଧରଣର ହ୍ରାସ ହୋଇଛି। ଗୋଟିଏ ଦିନରେ ୨୪ କ୍ୟାରେଟ ସୁନା ଦାମ୍ ୩୦୦୦ ଟଙ୍କା କମ୍ ହେବାରୁ ତାହାର ମୂଲ୍ୟ ୯୮,୩୫୦ ଟଙ୍କାକୁ ହ୍ରାସ ପାଇଛି। ସେହିପରି, ୨୨ କ୍ୟାରେଟ୍ ସୁନା ଦର ୨୭୫୦ ଟଙ୍କା ହ୍ରାସ ପାଇ ୯୦,୧୫୦ ଟଙ୍କା ହୋଇଛି। ଅକ୍ଷୟ ତୃତୀୟା ପୂର୍ବରୁ ସୁନା ଦରରେ ହୋଇଥିବା ଏହି ହ୍ରାସ ଉଭୟ ବ୍ୟବସାୟୀ ଓ ଗ୍ରାହକମାନଙ୍କ ଲାଗି ବଡ଼ ଧରଣର ଆଶ୍ବସ୍ତି ଆଣିଛି। ସୁନା ସୋ’ରୁମ୍ଗୁଡ଼ିକ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଅଫର ଘୋଷଣା କରିଥିବାରୁ ବିକ୍ରି ଉତ୍ସାହଜନକ ରହିବ ବୋଲି ବ୍ୟବସାୟୀମାନେ ଆଶାବାଦୀ ଅଛନ୍ତି। ଭୁବନେଶ୍ବରରେ ରୁପା ଦର କିନ୍ତୁ ୧,୧୧,୦୦୦ ଟଙ୍କାରେ ସ୍ଥିର ରହିଛି।
ସୁନା ୩୦୦୦ କମିଲା
ଗତକାଲି ରାଜ୍ୟରେ ଐତିହାସିକ ଏକ ଲକ୍ଷ ଟଙ୍କା ସ୍ତର ଅତିକ୍ରମ କରି ଇତିହାସ ରଚିଥିବା ସୁନା ଦରରେ ବୁଧବାର ବଡ଼ ଧରଣର ହ୍ରାସ ହୋଇଛି। ଗୋଟିଏ ଦିନରେ ୨୪ କ୍ୟାରେଟ ସୁନା ଦାମ୍ ୩୦୦୦ ଟଙ୍କା କମ୍ ହେବାରୁ ତାହାର ମୂଲ୍ୟ ୯୮,୩୫୦ ଟଙ୍କାକୁ ହ୍ରାସ ପାଇଛି।
/sambad/media/media_files/2024/11/08/3KP4b2siX8sCPqUuQEAi.jpg)