ସୁନା ୪୮ ହଜାର, ରୁପା ୫୦ ହଜାର ଟପିଲା

ନୂଆଦିଲ୍ଲୀ : ସୁନା ଓ ରୁପା ଦାମ୍‌ରେ ରେକର୍ଡ ବୃଦ୍ଧି ଘଟିଛି। ମଲ୍‌ଟି କମୋଡିଟି ଏକ୍ସଚେଞ୍ଜ୍‌ରେ ଅଗଷ୍ଟ ମାସ ଲାଗି ବିକ୍ରି କରାଯାଉଥିବା ସୁନାର ୧୦ ଗ୍ରାମ ପିଛା ଦାମ୍ ୪୮,୯୮୨ ଟଙ୍କାରେ ପହଞ୍ଚିଛି। ସୁନା ଦରରେ ଏହା ସର୍ବକାଳୀନ ରେକର୍ଡ ବୃଦ୍ଧି। ପୂର୍ବରୁ ଏହି ସ୍ତରରେ ସୁନା ଦରକୁ ଦେଖିବାକୁ ମିଳିନଥିଲା। ‌ସୁନା ଭଳି ରୁପା ଦାମ୍ ମଧ୍ୟ ବୃଦ୍ଧି ପାଇ ୫୦ ହଜାର ଟଙ୍କାରୁ ଅଧିକ ହୋଇଯାଇଛି। ଏକ କେଜି ରୁପାର ଦାମ୍ ୫୦,୫୦୦ ଟଙ୍କାରେ ପହଞ୍ଚିଛି। ବିଶ୍ବ ବଜାରରେ ଏହି ଦୁଇ ମୂଲ୍ୟବାନ ଧାତୁର ଦାମ୍ ବଢ଼ୁଥିବାରୁ ଭାରତରେ ତାହା ମହଙ୍ଗା ହେବାରେ ଲାଗିଛି। ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦର ୧୭୮୨ ଡଲାରରୁ ଅଧିକ ରହିଛି।

ସମ୍ବନ୍ଧିତ ଖବର