ନୂଆଦିଲ୍ଲୀ: ଗତ କିଛି ମାସ ହେଲା ଦ୍ରୁତଗତିରେ ବଢ଼ିଚାଲିଛି ସୁନା ଓ ରୂପା ଦର। ଚଳିତ ବର୍ଷ ଆରମ୍ଭରେ ସୁନା ମୂଲ୍ୟ ୭୮ ହଜାର ଟଙ୍କା ରହିଥିଲା। ସେବେଠାରୁ ଏହାର ମୂଲ୍ୟ ବଢ଼ିଚାଲିଛି। କିନ୍ତୁ ପ୍ରତିଦିନ ସୁନା ଓ ରୂପା ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ। କେଉଁ ଦିନ ମୂଲ୍ୟ କମିଥାଏ ତ କେବେ ବଢ଼ିଥାଏ ଆଉ ପୁଣି କେବେ ସମାନ ବି ରହିଥାଏ। ତେବେ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଓ ରୂପା ମୂଲ୍ୟ ଜାଣନ୍ତୁ...
ଗତକାଲି ଅର୍ଥାତ ରବିବାର ଅପେକ୍ଷା ସୋମବାର ସୁନା ମୂଲ୍ୟ ସାମାନ୍ୟ କମିଛି। ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଟଙ୍କା ହ୍ରାସ ପାଇଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୯୧ ହଜାର ୧୯୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୮୩ ହଜାର ୫୯୦ ଟଙ୍କା ରହିଛି। ସେହିଭଳି ରୂପାର ମୂଲ୍ୟ ମଧ୍ୟ ୧୦୦ ଟଙ୍କା ହ୍ରାସ ପାଇ ୧ କିଲୋଗ୍ରାମ ପ୍ରତି ୧ ଲକ୍ଷ ୩ ହଜାର ୯୦୦ ଟଙ୍କା ରହିଛି।
ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଓ ରୂପା ମୂଲ୍ୟ କମିଥିବା ଦେଖିବାକୁ ମିଳିଛି। ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୯୧ ହଜାର ୧୯୦ ଟଙ୍କା ରହିଛି । ସେହିପରି ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୯୧ ହଜାର ୩୪୦ ଟଙ୍କା ରହିଛି।
ଏଥିସହ ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ, ଚେନ୍ନାଇ ଏବଂ ହାଇଦ୍ରାବାଦରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୮୩ ହଜାର ୫୯୦ ଟଙ୍କା ରହିଥିବା ଜଣାପଡ଼ିଛି। ସେହିପରି ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୮୩ ହଜାର ୭୪୦ ଟଙ୍କା ରହିଛି।
ଦିଲ୍ଲୀ, କୋଲକାତା ଏବଂ ମୁମ୍ବାଇରେ ରୂପାର ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୧ ଲକ୍ଷ ୩ ହଜାର ୯୦୦ ଟଙ୍କା ରହିଥିବା ବେଳେ ଚେନ୍ନାଇରେ ୧ କିଲୋଗ୍ରାମ ପ୍ରତି ୧ ଲକ୍ଷ ୧୨ ହଜାର ୯୦୦ ଟଙ୍କା ରହିଛି।