ସୁନା ୪୨୫ ଟଙ୍କା, ରୁପା ୬୯୦ ଟଙ୍କା କମିଲା

ନୂଆଦିଲ୍ଲୀ : ସୁନା ଓ ରୁପାର ମୂଲ୍ୟ ଆଜି ହ୍ରାସ ପାଇଛି। ଦିଳ୍ଲୀ ବଜାରରେ ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୪୨୫ ଟଙ୍କା କମି ୩୭,୯୪୫ ଟଙ୍କା ରହିଛି। ରୁପା ମୂଲ୍ୟ ଗତକାଲି କିଗ୍ରା ପିଛା ରେକର୍ଡ ୪୫ ହଜାର ଟଙ୍କାରେ ପହଞ୍ଚିଥିବାବେଳେ ଆଜି ଏଥିରେ ୬୯୦ ଟଙ୍କାର ହ୍ରାସ ଘଟିଛି। ଫଳରେ କିଲୋଗ୍ରାମ ପିଛା ରୁପା ମୂଲ୍ୟ ୪୪,୩୧୦ ଟଙ୍କାକୁ ଖସିଆସିଛି। ଦିଲ୍ଲୀରେ ଉଭୟ ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୨୫ ଟଙ୍କା ହ୍ରାସ ଘଟି ଯଥାକ୍ରମେ ୩୭,୯୪୫ ଟଙ୍କା ଏବଂ ୩୭,୭୭୫ ଟଙ୍କାରେ ରହିଛି।

ସମ୍ବନ୍ଧିତ ଖବର