ଭୁବନେଶ୍ବର: ବଜାରରେ ପୁଣି ଥରେ ସୁନା ଓ ରୁପା ଦରରେ ବଡ଼ଧରଣର ବୃଦ୍ଧି ଦେଖାଦେଇଛି। ଏହି ଦୁଇ ମୂଲ୍ୟବାନ ଧାତୁ ଦର ଲଗାତାର ଗତ ଦୁଇଦିନ ହେଲା ଉପରମୁହାଁ ହୋଇଛି। ଏଥିଯୋଗୁ ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ପିଛା ଦର ମଙ୍ଗଳବାର ୧,୨୫, ୮୪୦ ଟଙ୍କାରେ ପହଞ୍ଚିଛି। ସେହିଭଳି ୨୨ କ୍ୟାରେଟ୍ ସୁନା ଦର ୧,୧୫,୩୫୦ ଟଙ୍କା ହୋଇଛି। ଦୁଇ ଦିନରେ ୨୪ କ୍ୟାରେଟ୍ ଦର ୧୦ ଗ୍ରାମ୍ ପିଛା ୩୮୨୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ଦର ୩୫୦୦ ଟଙ୍କା ମହଙ୍ଗା ହୋଇଛି।
ଚଳିତମାସ ୭ ତାରିଖରେ ୨୪ କ୍ୟାରେଟ୍ ସୁନା ଦର ୧,୨୨,୦୨୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ଦର ୧,୧୧,୮୫୦ ଟଙ୍କା ସ୍ତରରେ ରହିଥିଲା। ସେହିଭଳି ରୁପା ଦର ଗତ ଦୁଇଦିନ ମଧ୍ୟରେ କିଲୋଗ୍ରାମ୍ ପିଛା ୫୦୦୦ ଟଙ୍କା ମହଙ୍ଗା ହୋଇ ୧,୭୦,୦୦୦ ଟଙ୍କାରେ ପହଞ୍ଚିଛି। ସୋମବାର ରୁପା ଦର ୪୦୦୦ ଟଙ୍କା ବଢ଼ିଥିଲା। ମଙ୍ଗଳବାର ଏଥିରେ ୧୦୦୦ ଟଙ୍କାର ବୃଦ୍ଧି ଘଟିଛି। ନଭେମ୍ବର ମାସର ଦର ଉପରେ ନଜର ପକାଇଲେ ଜଣାଯାଇଛି ଯେ ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ୍ ସୁନା ଦର ଚଳିତମାସ ୧ ତାରିଖରେ ୧,୨୩,୦୦୦ ଟଙ୍କାରେ ରହିଥିଲା। ସେହିଭଳି ୨୨ କ୍ୟାରେଟ୍ ସୁନା ଦର ୧,୧୨,୭୫୦ ଟଙ୍କା ସ୍ତରରେ ଥିଲା। ତେଣୁ ଗତ ୧୧ ଦିନ ମଧ୍ୟରେ ସୁନା ଦର ୨.୩୧ ପ୍ରତିଶତ ବଢ଼ିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/18/goldsilver-2025-07-18-02-03-37.jpg)