ଭୁବନେଶ୍ବର: ଆମେରିକା ଲଗାଇଥିବା ୫୦ ପ୍ରତିଶତ ଶୁଳ୍କକୁ ନେଇ ଅନିଶ୍ଚିତତା ଜାରି ରହିଥିବା ବେଳେ ସୁନା ମୂଲ୍ୟ ବଢ଼ିବାରେ ଲାଗିଛି। ସେପ୍ଟେମ୍ବର ମାସର ପ୍ରଥମ ପାଞ୍ଚ ଦିନରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦାମ୍ରେ ୨୫୦୦ ଟଙ୍କାରୁ ଅଧିକ ବୃଦ୍ଧି ହୋଇଛି। ୨୪ କ୍ୟାରେଟ୍ ସୁନା ସେହି ସମୟରେ ୨୭୮୦ ଟଙ୍କା ବଢ଼ିଛି। ଶୁକ୍ରବାର ୨୨ କ୍ୟାରେଟ୍ ସୁନା ଦାମ୍ ୭୦୦ ଟଙ୍କା ବୃଦ୍ଧି ପାଇ ୯୮,୬୫୦ ଟଙ୍କା ହୋଇଛି। ସେହି ସମୟରେ ୨୪ କ୍ୟାରେଟ୍ ସୁନା ୭୬୦ ଟଙ୍କା ବଢ଼ି ୧,୦୭,୬୨୦ ଟଙ୍କାରେ ପହଞ୍ଚିଛି। ରୁପା କେଜି ୧,୩୬,୦୦୦ ଟଙ୍କାରେ ରହିଛି। ଅବଶ୍ୟ ଶୁକ୍ରବାର ସେଥିରେ ୧୦୦୦ ଟଙ୍କାର ହ୍ରାସ ଘଟିଛି। କେବଳ ଭୁବନେଶ୍ବର ନୁହେଁ, ସାରା ବିଶ୍ବରେ ସୁନା ମହଙ୍ଗା ହେଉଛି।
ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ଅନୁସାରେ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୫୦୧ ଟଙ୍କା ବୃଦ୍ଧି ପାଇ ୧,୦୬,୪୪୬ ଟଙ୍କାରେ ପହଞ୍ଚିଛି। ରୁପା କେଜି ୧,୨୩,୫୮୧ ଟଙ୍କା ରହିଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସୁନା ଦର ୩୦ ହଜାର ଟଙ୍କା ଓ ରୁପା କେଜି ୩୭ ହଜାର ଟଙ୍କା ବଢ଼ିସାରିଲାଣି। ୨୦୨୪ ଡିସେମ୍ବର ୩୧ରେ ସୁନା ଦାମ୍ ୭୬,୧୬୨ ଟଙ୍କା ଓ ରୁପା କେଜି ୮୬,୦୧୭ ଟଙ୍କା ଥିଲା। ଚଳିତ ବର୍ଷ ଶେଷ ସୁଦ୍ଧା ସୁନାର ୧୦ ଗ୍ରାମ ପିଛା ଦାମ୍ ୧ ଲକ୍ଷ ୪୬ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦର ୩୬୪୦.୧୦ ଡଲାରରେ ପହଞ୍ଚିଛି। ଖୁବ୍ଶୀଘ୍ର ତାହା ୪୦୦୦ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/10/22/pQoe37R67WWAfsGDwIMZ.jpg)