ନୂଆଦିଲ୍ଲୀ: ସୁନା ଏବଂ ରୁପା ଦର ଆଜି ହ୍ରାସ ପାଇଛି। ସୁନା ଦର ୧୦ ଗ୍ରାମ ପିଛା ଏଠାକାର ବଜାରରେ ୬୦୦ ଟଙ୍କା ହ୍ରାସ ପାଇଛି। ଅନ୍ତର୍ଜାତୀୟ ବଜାରରେ ଦର ହ୍ରାସ ଏବଂ ଘରୋଇ ବଜାରରେ ଚାହିଦା ହ୍ରାସର ପ୍ରଭାବରେ ସୁନା ଦର ତଳକୁ ଖସିଛି। ଅନ୍ତର୍ଜାତୀୟ ସ୍ତରରେ ନ୍ୟୁୟର୍କ ବଜାରରେ ସୁନା ଦର ଆଉନ୍ସ ପିଛା ୧୩୯୪.୩୯ ଡଲାରରେ ଏବଂ ରୁପା ଦର ଆଉନ୍ସ ପିଛା ୧୫.୦୮ ଡଲାରକୁ ଖସିଆସିଛି। ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୁନା ଓ ଅନ୍ୟ ମୂଲ୍ୟବାନ ଧାତୁ ଉପରେ ସୀମା ଶୁଳ୍କକୁ ୧୦ ପ୍ରତିଶତ ପରିବର୍ତ୍ତେ ୧୨.୫ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ବିଶ୍ବର ଦ୍ବିତୀୟ ବୃହତ୍ତମ ବଜାର ଭାରତରେ ସୁନା ଚାହିଦା ହ୍ରାସର ଏହା ଅନ୍ୟତମ କାରଣ ବୋଲି କୁହାଯାଉଛି। ସର୍ବ ଭାରତୀୟ ସରାଫା ଆସୋସିଏସନ ଅନୁଯାୟୀ, ଉଭୟ ୨୪ କ୍ୟାରେଟ ଏବଂ ୨୨ କ୍ୟାରେଟ ସୁନା ମୂଲ୍ୟରେ ୬୦୦ ଟଙ୍କା ଲେଖାଏଁ ହ୍ରାସ ଘଟିଛି। ଫଳରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୩୪,୮୭୦ ଟଙ୍କାକୁ ଏବଂ ୨୨ କ୍ୟାରେଟ ସୁନା ଦର ୩୪,୭୦୦ ଟଙ୍କାକୁ କମିଯାଇଛି। ରୁପା ମୂଲ୍ୟ କିଲୋଗ୍ରାମ ପିଛା ୪୮ ଟଙ୍କା ହ୍ରାସ ଘଟି ୩୮,୯୦୦ ଟଙ୍କା ରହିଛି।
ସୁନା ୬୦୦ ଟଙ୍କା କମିଲା
/sambad/media/post_attachments/wp-content/uploads/2019/07/Gold-Price-Down_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)