ସୁନା ଦାମ ୩୯ ହଜାର ଟଙ୍କା ଟପିଲା

ନୂଆଦିଲ୍ଲୀ: ସୁନା ଦରରେ ବୃଦ୍ଧି ଜାରି ରହିଛି। ଆଜି ନୂଆଦିଲ୍ଲୀ ବଜାରରେ ୧୦ ଗ୍ରାମ ପିଛା ସୁନାର ମୂଲ୍ୟ ୬୭୫ ଟଙ୍କା ବୃଦ୍ଧି ପାଇ ୩୯,୬୭୦ ଟଙ୍କା ହୋଇଯାଇଛି। ଆନ୍ତର୍ଜାତିକ ବଜାରରେ ସୁନା ମହଙ୍ଗା ହେବା ଏବଂ ଡଲାର ମୂଲ୍ୟ ବଢ଼ିବା ଯୋଗୁ ଦେଶ ଭିତରେ ସୁନା ଦର ବଢ଼ିଥିବା କୁହାଯାଉଛି। ସେହିପରି, ରୁପା ମୂଲ୍ୟରେ ମଧ୍ୟ ଆଜି ୧୪୫୦ ଟଙ୍କାର ବୃଦ୍ଧି ହୋଇଛି। ଏକ କେଜି ରୁପାର ଦାମ୍ ୪୬, ୫୫୦ ଟଙ୍କା ହୋଇଛି। ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ଦାମ୍ ୩୮,୯୯୦ ଟଙ୍କା ରହିଛି। ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦର ୧୫୫୪ ଡଲାର ରହିଛି। ଆମେରିକା ଓ ଚୀନ୍‌ ଭିତରେ ଜାରି ରହିଥିବା ବାଣିଜ୍ୟ ଲଢ଼େଇ କେବେ ଶେଷ ହେବ ତାହା ଜଣାପଡ଼ୁ ନଥିବାରୁ ନିବେଶକମାନେ ସୁନା ଆଡ଼କୁ ମୁହାଁଇଛନ୍ତି। ସେମାନେ ଇକ୍ବିଟି ବଜାରରେ ପାଣ୍ଠି ନିବେଶ କରିବା ‌ବଳଦରେ ସୁନାରେ ନିବେଶ କରିବାକୁ ଅଧିକ ପସନ୍ଦ କରୁଛନ୍ତି।

ସମ୍ବନ୍ଧିତ ଖବର