କରୋନା ମହାମାରୀ ସତ୍ତ୍ବେ କମିନି ଭାରତୀୟଙ୍କ ସୁନା ମୋହ

ନୂଆଦିଲ୍ଲୀ : କରୋନା ମହାମାରୀ ସତ୍ତ୍ବେ ଭାରତୀୟଙ୍କ ସୁନା ମୋହ ମଳିନ ପଡ଼ିନାହିଁ । ଏପ୍ରିଲ-ଜୁନ ତିନି ମାସରେ ଭାରତର ସୁନା ଚାହିଦା ୧୯.୨ ପ୍ରତିଶତ ବୃଦ୍ଧି ପାଇ ୭୬.୧ ଟନରେ ପହଞ୍ଚିଛି । ମୂଲ୍ୟ ଦୃଷ୍ଟିକୋଣରୁ ମଧ୍ୟ ଭାରତର ସୁନା ଚାହିଦା ୨୩ ପ୍ରତିଶତ ବୃଦ୍ଧି ପାଇ ୩୨,୮୧୦ କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ବର୍ଷକ ତଳେ ୨୬,୬୦୦ କୋଟି ଟଙ୍କା ଥିଲା ବୋଲି ବିଶ୍ବ ସ୍ବର୍ଣ୍ଣ ପରିଷଦ (ଡବ୍ଲୁଜିସି) ରିପୋର୍ଟରୁ ଜଣାପଡ଼ିଛି ।

ତେବେ ଜାନୁଆରି-ମାର୍ଚ୍ଚ ତୁଳନାରେ ଏହା ପ୍ରାୟ ୪୬ ପ୍ରତିଶତ ହ୍ରାସ ପାଇଛି । କାରଣ ଏପ୍ରିଲ-ଜୁନ ମାସବେଳକୁ ଦେଶରେ କରୋନାର ୨ୟ ମହାମାରୀ ଆରମ୍ଭ ହୋଇଯାଇଥିବାରୁ ଅଧିକାଂଶ ରାଜ୍ୟରେ ଲକଡାଉନ ଘୋଷଣା ହୋଇଥିଲା ।
ତେବେ ଭାରତର ସୁନା ଚାହିଦା ମହାମାରୀ ପୂର୍ବ ସମୟ ଅର୍ଥାତ ୨୦୧୯ ସ୍ତରକୁ ଏପର୍ୟ୍ୟନ୍ତ ଆସିନାହିଁ । ମହାମାରୀ ଯୋଗୁଁ ଦେଶର ସୁନା ଚାହିଦା ହ୍ରାସ ପାଇଛି । ୨୦୨୧ର ପ୍ରଥମ ୬ ମାସ ଅର୍ଥାତ ଜାନୁଆରି-ଜୁନରେ ଦେଶର ମୋଟ ସୁନା ଚାହିଦା ୧୫୭ ଟନ ଥିଲା ଯାହାକି ୨୦୧୯ର ପ୍ରଥମ ୬ ମାସ ତୁଳନାରେ ପ୍ରାୟ ୪୬ ପ୍ରତିଶତ କମ ।

ସମ୍ବନ୍ଧିତ ଖବର