ଭୁବନେଶ୍ବର: ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହେବା ପରେ ସୁନା ମୂଲ୍ୟ ହ୍ରାସ ପାଇଛି। ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ମଙ୍ଗଳବାର ୧୩୫୦ ଟଙ୍କା ହ୍ରାସ ପାଇ ୯୦,୯୫୦ ଟଙ୍କାକୁ ଖସିଆସିଛି। ସେହିପରି, ୨୪ କ୍ୟାରେଟ୍ ସୁନା ଦାମ୍ ୧୪୭୦ ଟଙ୍କା କମ୍ ହୋଇ ୯୯,୨୨୦ ଟଙ୍କାକୁ ହ୍ରାସ ପାଇଛି। ଏଥି ସହିତ ୨୪ କ୍ୟାରେଟ୍ ସୁନା ଏକ ଲକ୍ଷ ଟଙ୍କା ତଳକୁ ଖସିଛି। ରୁପା କେଜି ମଧ୍ୟ ୧୦୦୦ ଟଙ୍କା ହ୍ରାସ ପାଇ ୧,୧୯,୦୦୦ ଟଙ୍କା ହୋଇଛି।
ଦିଲ୍ଲୀରେ ସୁନାର ୧୦ ଗ୍ରାମ ପିଛା ଦାମ୍ ୨୦୮୫ ଟଙ୍କା କମ୍ ହୋଇ ୯୭,୨୬୩ ଟଙ୍କାକୁ ହ୍ରାସ ପାଇଛି। ରୁପା ଦାମ ୧୦୯୬ ଟଙ୍କା କମ୍ ହୋଇ କେଜି ୧,୦୫,୯୬୭ ଟଙ୍କା ରହିଛି। ଆଜି ଯଦିଓ ସୁନା ଓ ରୁପା ଦାମ୍ କମିଛି, କିନ୍ତୁ ଆଗାମୀ ଦିନରେ ଦରରେ ବୃଦ୍ଧିର ଧାରା ଅବ୍ୟାହତ ରହିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଚଳିତ ବର୍ଷ ଜାନୁଆରି ୧ ପରଠାରୁ ୨୪ କ୍ୟାରେଟ୍ ସୁନା ଦାମ୍ ୨୧,୧୦୧ ଟଙ୍କା ବଢ଼ିଛି। ରୁପା କେଜି ୧୯,୯୫୦ ଟଙ୍କା ମହଙ୍ଗା ହୋଇଛି। ୨୦୨୪ରେ ସୁନା ଦାମ୍ ୧୨,୮୧୦ ଟଙ୍କା ବଢ଼ିଥିଲା। ଚଳିତ ବର୍ଷ ସୁନା ଦର ୧ ଲକ୍ଷ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି।