ଭୁବନେଶ୍ବର: ଦୁଇ ଦିନ ହେଲା ସୁନା ଓ ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟୁଛି। ଶୁକ୍ରବାର ଦିନ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧୭୪୦ ଟଙ୍କା କମିଥିବାବେଳେ ୨୨ କ୍ୟାରେଟ୍ ସୁନା ଦର ୧୬୦୦ ଟଙ୍କା କମିଥିଲା। ଶନିବାର ଏହି ଦର ଯଥାକ୍ରମେ ୯୮୦ ଏବଂ ୯୦୦ ଟଙ୍କା କମିଛି। ଫଳରେ ଦୁଇ ଦିନରେ ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ୍ ସୁନା ଦର ୨୭୨୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ଦର ୨୫୦୦ ଟଙ୍କା ହ୍ରାସ ପାଇଛି।
ସେହିଭଳି ରୁପା ଦରରେ ଆଜି କିଲୋଗ୍ରାମ ପିଛା ୫ ହଜାର ଟଙ୍କାର ବୃହତ୍ ହ୍ରାସ ଘଟିଛି। ଗତକାଲି ୪ ହଜାର ଟଙ୍କା କମିଥିଲା। ତେଣୁ ଦୁଇ ଦିନରେ ରୁପା ଦର କିଲୋଗ୍ରାମ ପିଛା ୯ ହଜାର ଟଙ୍କା କମିଛି। ଫଳରେ ଭୁବନେଶ୍ବରରେ ବଜାରରେ କିଲୋଗ୍ରାମ ପିଛା ରୁପା ଦର ୧ ଲକ୍ଷ ୩ ହଜାର ଟଙ୍କା ରହିଛି। ଏପ୍ରିଲ ମାସର ଦର ଉପରେ ନଜର ପକାଇଲେ ଜଣାପଡ଼େ ଯେ ଏପ୍ରିଲ ପହିଲାରେ ଭୁବନେଶ୍ବରରେ ରୁପା ଦର ୧ ଲକ୍ଷ ୧୪ ହଜାର ଟଙ୍କା ଥିବାବେଳେ ଶନିବାର ସୁଦ୍ଧା ଏଥିରେ ୧୧ ହଜାର ଟଙ୍କାର ହ୍ରାସ ଘଟିଛି। ଅନ୍ୟପକ୍ଷରେ ରୁପା ଦର ଭୁବନେଶ୍ବରର କେତେକ ସୋ’ରୁମ୍ରେ ୯୨,୫୦୦ ଟଙ୍କା ଭଳି ସ୍ତରରେ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/17/gsxH1eBLoKOKIGwqhgSS.jpg)