ମୁମ୍ବାଇ: ବିଶ୍ବ ବଜାରରେ ସୁନା ମହଙ୍ଗା ହେବା ସହ ଭାରତକୁ ଆମଦାନି ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ଫେବ୍ରୁଆରି ଆମଦାନି ଗତବର୍ଷ ତୁଳନାରେ ୮୫ ପ୍ରତିଶତ କମ୍ ହୋଇଛି, ଯାହା ୨୦ ବର୍ଷରେ ସର୍ବନିମ୍ନ। ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦର ରେକର୍ଡ ୨୯୫୬.୧୫ ଡଲାର ଭଳି ଉଚ୍ଚ ସ୍ତରରେ ରହିଛି। ଫେବ୍ରୁଆରିରେ ମାସରେ ମାତ୍ର ୧୫ ଟନ୍ ସୁନା ଆମଦାନି ହୋଇଥିବା ଅନୁମାନ କରାଯାଉଛି। ଗତବର୍ଷ ଏହି ମାସରେ ଦେଶକୁ ତା’ଠାରୁ ଯଥେଷ୍ଟ ଅଧିକ ୧୦୩ ଟନ୍ ସୁନା ଆସିଥିଲା। ଗତ ଦଶନ୍ଧିର ଚିତ୍ର ହିସାବକୁ ନେଲେ ଫେବ୍ରୁ୍ଆରିରେ ଭା‌ବେ ୭୬.୫ ଟନ୍ ଅଣାଯାଇଛି।

Advertisment

ବିବାହ ଋତୁ ଚାଲିଥିବା ବେଳେ ସୁନା କିଣାରେ ଏଭଳି ହ୍ରାସ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ଦରବୃଦ୍ଧି କାରଣରୁ ବ୍ୟାଙ୍କ ଓ ଜୁଏଲର୍ସଗୁଡ଼ିକ ଅଧିକ ସୁନା ମଗାଉନାହାନ୍ତି। ସେମାନେ ଜାନୁଆରିରେ ଯେଉଁ ସୁନା ଆମଦାନି କରିଥିଲେ ତାହା ଏପର୍ଯ୍ୟନ୍ତ ସୀମା ଶୁଳ୍କଠାରୁ ଅଣାଯାଇନାହିଁ। ତେଣୁ ଫେବ୍ରୁଆରିରେ ଅଧିକ ସୁନା କିଣିବାର ଆବଶ୍ୟକତା ନାହିଁ ବୋଲି ଏକ ଜୁଏଲର୍ସ ପକ୍ଷରୁ କୁହାଯାଇଛି। ସୀମା ଶୁଳ୍କ ବିଭାଗର ଜଣେ ଅଧିକାରୀଙ୍କ କହିବାନୁସାରେ ଆସନ୍ତା କିଛି ଦିନ ଭିତରେ ସୁନା ଦର ନ କମିଲେ ଆମଦାନିରେ ଉନ୍ନତିର ସମ୍ଭାବନା କମ୍ ରହିଛି। କିଛି ବୁଲିଅନ୍ ବ୍ୟବସାୟୀ ଆମଦାନି କରିଥିବା ସୁନାକୁ ଭାରତରେ ସୀମା ଶୁଳ୍କ ମୁକ୍ତ ଅଞ୍ଚଳରେ ରଖିଛନ୍ତି। ସେମାନେ ତାହାକୁ ଆମେରିକା ପାଇଁ ରଖିଛନ୍ତି।