ନୂଆଦିଲ୍ଲୀ: କରୋନା ମହାକାରୀ ସତ୍ତ୍ବେ ଦେଶରେ ସୁନା ଚାହିଦା ବଢ଼ିବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସ ଅର୍ଥାତ୍ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଭାରତ ପ୍ରାୟ ୨୪୦୦ କୋଟି ଆମେରିକୀୟ ଡଲାର ମୂଲ୍ୟର ସୁନା ଆମଦାନି କରିଛି। ବାଣିଜ୍ୟ ମନ୍ତ୍ରାଳୟ ତଥ୍ୟରୁ ଏହା ଜଣାଯାଇଛି। ଗତବର୍ଷ ଏପ୍ରିଲରୁ ସେପ୍ଟେମ୍ବରରେ କିନ୍ତୁ ଦେଶର ସୁନା ଆମଦାନି ୬୮୦ ଆମେରିକୀୟ ଡଲାର ରହିଥିଲା। ଅର୍ଥାତ୍ ଉପରୋକ୍ତ ସମୟ ମଧ୍ୟରେ ଭାରତ ପ୍ରାୟ ୪ ଗୁଣ ଅଧିକ ସୁନା ଆମଦାନି କରିଛି। ତେବେ ଗତବର୍ଷ ସେପ୍ଟେମ୍ବର ତୁଳନାରେ ଚଳିତବର୍ଷ ସେପ୍ଟେମ୍ବରରେ ଭାରତ ବହୁ ଅଧିକ ସୁନା ଆମଦାନି କରିଛି। ୨୦୨୦ ସେପ୍ଟେମ୍ବରରେ ଭାରତ ୬୦.୧୪ କୋଟି ଡଲାର ସୁନା ଆମଦାନି କରିଥିଲା। କିନ୍ତୁ ୨୦୨୧ ସେପ୍ଟେମ୍ବରରେ ଭାରତର ସୁନା ଆମଦାନି ୫୧୧ କୋଟି ଡଲାରକୁ ବୃଦ୍ଧି ପାଇଛି।ଅନ୍ୟପକ୍ଷରେ ଦେଶରେ ରୁପା ଆମଦାନି ଚଳିତବର୍ଷର ଏପ୍ରିଲ-ସେପ୍ଟେମ୍ବର ମଧ୍ୟରେ ୧୫.୫ ପ୍ରତିଶତ ହ୍ରାସ ପାଇ ୯୧.୯୩ କୋଟି ଡଲାର ରହିଛି। କିନ୍ତୁ ସେପ୍ଟେମ୍ବରରେ ରୁପା ଆମଦାନି ବୃଦ୍ଧି ପାଇ ୫୫.୨୩ କୋଟି ଡଲାରରେ ପହଞ୍ଚିଛି।
୬ ମାସରେ ୨୪୦୦ କୋଟି ଡଲାରର ସୁନା ଆମଦାନି
/sambad/media/post_attachments/wp-content/uploads/2021/04/gold-biscuit-53502befb747c_exlst.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)