ଭୁବନେଶ୍ବର: ସୋମବାର ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୯୨୦ ଟଙ୍କା ବୃଦ୍ଧି ପାଇ ୧,୧୬,୪୦୦ ଟଙ୍କା ହୋଇଛି। ସେହି ସମୟରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୫୦ ଟଙ୍କା ବଢ଼ି ୧,୦୬,୭୦୦ ଟଙ୍କା ହୋଇଛି। ଗତ ସପ୍ତାହରୁ ଲଗାତାର ଭାବେ ସୁନା ମହଙ୍ଗା ହେବାରେ ଲାଗିଛି। ସେହିପରି, ସହରରେ ରୁପା କେଜି ୧୦୦୦ ଟଙ୍କା ବଢ଼ି ୧,୬୦,୦୦୦ ଟଙ୍କା ହୋଇଯାଇଛି।
ଜାତୀୟ ସ୍ତରରେ ସୁନାର ୧୦ ଗ୍ରାମ ପିଛା ଦାମ୍ ସର୍ବକାଳୀନ ରେକର୍ଡ ସ୍ତର ୧,୧୯,୫୦୦ ଟଙ୍କାକୁ ବୃଦ୍ଧି ପାଇଛି। ବିଶ୍ବସ୍ତରରେ ଦରବୃଦ୍ଧି ଜାରି ରହିବା ଏବଂ ଭୂରାଜନୈତିକ ସଙ୍କଟ ପ୍ରଭାବରେ ନିବେଶକମାନେ ସୁନାରେ ନିବେଶ କରୁଥିବାରୁ ତାହାର ଦାମ୍ ବଢ଼ୁଥିବା କୁହାଯାଉଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୩,୮୩୧ ଡଲାରରୁ ଅଧିକ ହୋଇଛି। ଯେଉଁ ହାରରେ ଦର ବଢ଼ୁଛି, ଖୁବ୍ଶୀଘ୍ର ଦାମ୍ ୪୦୦୦ ଡଲାର ଅତିକ୍ରମ କରିଯିବା ଆଶଙ୍କା କରାଯାଉଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସୁନା ଦରରେ ୪୦,୫୫୦ ଟଙ୍କା ବୃଦ୍ଧି ଘଟିଛି। ୨୦୨୪ ଡିସେମ୍ବର ୩୧ରେ ସୁନା ଦର ୭୮,୯୫୦ ଟଙ୍କା ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/11/1122322-gold-rate-2025-09-11-20-17-33.jpg)