ମାସକରେ ସୁନା ୪,୦୦୦ ଟଙ୍କା ଶସ୍ତା

ନୂଆଦିଲ୍ଲୀ: ସୁନା ମୂଲ୍ୟରେ ମାସକ ଭିତରେ ୪,୦୦୦ ଟଙ୍କାର ହ୍ରାସ ଘଟିଛି। ମଲ୍‌ଟି କମୋଡିଟି ଏକ୍ସଚେଞ୍ଜ୍‌ରେ ୧୦ ଗ୍ରାମ୍‌ ସୁନାର ମୂଲ୍ୟ ଏବେ ୫୧,୩୮୭ ଟଙ୍କା ଥିବା ବେଳେ ରୁପା କେଜି ୬୬,୬୨୩ ଟଙ୍କା ରହିଛି। ବିଶ୍ବ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୧୯୨୯.୩୧ ଡଲାର ରହିଛି। ଗତ ମାସରେ ସୁନା ଦାମ୍ ଦେଶରେ ୫୫,୬୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ କରିବା ପରେ ବଜାରରେ ଅନିଶ୍ଚିତତା ସୃଷ୍ଟି ହେବାରୁ ସୁନା ଦାମ୍ ବଢ଼ିଥିଲା। ବହୁ ଦିନ ଧରି ଯୁଦ୍ଧ ଚାଲିଥିଲେ ମଧ୍ୟ ତାହାର କୌଣସି ଠୋସ୍‌ ଫଳାଫଳ ମିଳୁନଥିବାରୁ ସୁନା ମୂଲ୍ୟ ଧୀରେ ଧୀରେ ହ୍ରାସ ପାଉଛି।

ସମ୍ବନ୍ଧିତ ଖବର