ନୂଆଦିଲ୍ଲୀ: ବିଜୟ ମାଲ୍ୟା ବିଳାସପୂର୍ଣ୍ଣ ଜୀବନଯାପନ କରିବା ନେଇ ସବୁବେଳେ ଚର୍ଚାରେ ରହି ଆସିଛନ୍ତି। ଭାରତୀୟ ବ୍ୟାଙ୍କ ଗୁଡ଼ିକର ୯ ହଜାର କୋଟି ଟଙ୍କାରୁ ଊର୍ଧ୍ୱ ପରିମାଣର ଋଣ ରାଶି ପରିଶୋଧ ନକରି ଲଣ୍ଡନ ପଳାଇଥିବା ମାଲ୍ୟାଙ୍କ ଏହି ବିଳାସପୂର୍ଣ୍ଣ ଜୀବନ ସମ୍ପର୍କରେ ଏକ ନୂଆ ଖବର ପଦାକୁ ଆସିଛି। ତାଙ୍କ ଲଣ୍ଡନ ସ୍ଥିତ ଘରେ ସୁନାର ପାଇଖାନା ରହିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଲେଖକ ଜେମ୍ସ କ୍ରାବ୍ଟ୍ରି ଏହି ଖବର ପଦାକୁ ଆଣିଛନ୍ତି। ଲି କୁଆନ୍ ୟୁ ସ୍କୁଲ୍ରେ ଆସୋସିଏଟ୍ ପ୍ରଫେସର ଥିବା ଶ୍ରୀ କ୍ରାବ୍ଟ୍ରି ମୁମ୍ବାଇରେ ଚଳିତ ସପ୍ତାହରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହି ସୂଚନା ଦେଇଛନ୍ତି। ମାଲ୍ୟାଙ୍କ ଘରକୁ ଯିବା ଅବସରରେ ସେ ଏହି ସୁନାର ପାଇଖାନା ଦେଖିଥିବା ଦାବି କରିଛନ୍ତି।
ମାଲ୍ୟାଙ୍କ ଘରେ ସୁନା ପାଇଖାନା
/sambad/media/post_attachments/wp-content/uploads/2018/08/mallya-11-aug-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)