ସୁନା ଋଣ ଚାହିଦା ବଢ଼ୁଛି

ନୂଆଦିଲ୍ଲୀ : ଲୋକମାନେ ବ୍ୟାଙ୍କରେ ସୁନା ବନ୍ଧକ ରଖି ଋଣ ନେଉଛନ୍ତି। ଏଭଳି ମାମଲା ସାରା ଦେଶରେ ବୃଦ୍ଧି ପାଉଛି। ବ୍ୟାଙ୍କଗୁଡ଼ିକ ମଧ୍ୟ ସୁନା ଋଣ ଦେବା ଲାଗି ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ବିନା ବନ୍ଧକରେ ଋଣ ଦେବା ଏକ ବିପଦପୂର୍ଣ୍ଣ କାର୍ଯ୍ୟ ବୋଲି ବ୍ୟାଙ୍କଗୁଡ଼ିକ ଭାବୁଛନ୍ତି। ସେଥିପାଇଁ ଯେଉଁମାନେ ସୁନା ଋଣ ନେବାକୁ ଆବେଦନ କରୁଛନ୍ତି ବ୍ୟାଙ୍କ ସେମାନଙ୍କୁ ନିରାଶ କରୁନାହାନ୍ତି। ସୁନା ଋଣକୁ ସୁରକ୍ଷିତ ବିକଳ୍ପ ଭାବେ ବ୍ୟାଙ୍କଗୁଡ଼ିକ ବିଚାର କରୁଛନ୍ତି।

ସମ୍ବନ୍ଧିତ ଖବର