ନୂଆଦିଲ୍ଲୀ: ସୁନା ଦର ପୁଣି ଥରେ ରେକର୍ଡ ସ୍ତରରେ ପହଞ୍ଚିଛି। ଆମେରିକୀୟ ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାର ହ୍ରାସ ଆଶା ବଢ଼ୁଥିବା ବେଳେ ଗୁରୁବାର ସୁନା ଦର ୧ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଆନ୍ତର୍ଜାତିକ ବଜାରରେ ସ୍ପଟ୍ ସୁନା ୧.୬ ପ୍ରତିଶତ ବୃଦ୍ଧି ପାଇ ଆଉନ୍ସ ପିଛା ୨,୫୫୧.୧୯ ଡଲାର ରେ ପହଞ୍ଚିଥିବା ବେଳେ ଆମେରିକାର ସୁନା ଫ୍ୟୁଚର ୧.୪ ପ୍ରତିଶତ ବୃଦ୍ଧି ପାଇ ୨,୫୭୮.୯୦ ଡଲାରରେ ପହଞ୍ଚିଛି। ଭାରତରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୩୨୨୮ ଟଙ୍କା ରହିଛି । ସମଗ୍ର ବିଶ୍ୱରେ ବ୍ୟାପକ ଅର୍ଥନୈତିକ ବିକାଶ ଏବଂ ଭୂ-ରାଜନୈତିକ ଉତ୍ତେଜନା ଯୋଗୁଁ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ଆଗାମୀ ମାସରେ ସୁନା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।
ସିଏମଇ ଫେଡ୍ ୱାଚ୍ ଟୁଲ୍ ଅନୁଯାୟୀ, ଫେଡେରାଲ୍ ରିଜର୍ଭର ସେପ୍ଟେମ୍ବର ୧୭-୧୮ ବୈଠକରେ ସୁଧହାର ୨୫ ବେସିସ୍ ପଏଣ୍ଟ ରେଟ୍ ହ୍ରାସର ସମ୍ଭାବନା ରହିଛି ବୋଲି ଷ୍ଟକ ବଜାର ଆଶା କରୁଛି । ଏପରି ହେଲେ ସୁନାଦର ବଢିଚାଲିବ । କାରଣ କମ ସୁଧହାର ପରିସ୍ଥିତିରେ ସୁନା ନିବେଶ ପାଇଁ ପସନ୍ଦର ବିକଳ୍ପ ପାଲଟିଥାଏ।
ବ୍ୟାଙ୍କ ଅଫ୍ ଆମେରିକାର ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆସନ୍ତା ବର୍ଷ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ସୁନାଦର ଆଉନ୍ସ ପିଛା ୩୦୦୦ ଡଲାର ଟପିଯିବ । ଏପରି ହେଲେ ଭାରତରେ ସୁନାଦର ୯୦ ହଜାର ଛୁଇଁବ ।
ସୁନା ଦର ବୃଦ୍ଧି ଭିତରେ ଆମେରିକାର ଆର୍ଥିକ ସଂସ୍ଥା ଗୋଲ୍ଡମ୍ୟାନ୍ ସାକ୍ସ ଏବଂ ବ୍ୟାଙ୍କ ଅଫ୍ ଆମେରିକା ବଡ଼ ପୂର୍ବାନୁମାନ କରିଛନ୍ତି । ବ୍ୟାଙ୍କ ଅଫ୍ ଆମେରିକାର ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆସନ୍ତା ବର୍ଷ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ସୁନାଦର ଆଉନ୍ସ ପିଛା ୩୦୦୦ ଡଲାର ଟପିଯିବ ।
ଏପରି ହେଲେ ଭାରତରେ ସୁନାଦର ୯୦ ହଜାର ଛୁଇଁବ । ସେହିପରି ୨୦୨୫ ଆରମ୍ଭ ସୁଦ୍ଧା ସୁନାଦର ଆଉନ୍ସ ପିଛା ୨୭୦୦ ଡଲାର ହେବାର ସମ୍ଭାବନା ରହିଛି, ଏହା ଫଳରେ ଭାରତରେ ସୁନା ୮୦ ହଜାର ଟପିପାରେ । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୩୦ ଗ୍ରାମ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/tWYD2z7RGckyEfSg5Hzm.jpeg)