ଦୀପାବଳିସୁଦ୍ଧା ସୁନାଦର ୪୦ ହଜାର ଟପିବ ! କାରଣ ଜାଣନ୍ତୁ

ନୂଆଦିଲ୍ଲୀ : ଆସନ୍ତା ଦୀପାବଳି ସୁଦ୍ଧା ଭାରତରେ ସୁନାଦର ୪୦ ହଜାର ଛୁଇଁବାର ସମ୍ଭାବନା ରହିଛି । ଅନ୍ତର୍ଜାତୀୟ ସ୍ତରରେ ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ, ଆମେରିକା-ଇରାନ ବିବାଦ, ଆର୍ଥିକ ମାନ୍ଦାବସ୍ଥା କାରଣରୁ ନିବେଶକମାନେ ସୁନାରେ ଅଧିକ ନିବେଶ କରିବେ । ସେହିପରି ଦୀପାବଳି ସିଜନ ଓ ତା ପରେ ବିବାହ ଋତୁ ଆରମ୍ଭ ହେଉଥିବାରୁ ଭାରତରେ ସୁନା ଚାହିଦା ବଢିଯିବ । ଏହା ଯୋଗୁଁ ସୁନାଦର ୧୦ ଗ୍ରାମ ପିଛା ୪୦ ହଜାର ଟପିବା ଆଶଙ୍କା ରହିଛି ।

ଆଞ୍ଜେଲ ବ୍ରୋକିଂର ବିଶେଷଜ୍ଞ ଅନୁଜ ଗୁପ୍ତା କହିଛନ୍ତି ଯେ ଚୀନ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ କିଛିଟା ଶିିଥିଳ ହୋଇଥିବାରୁ କିଛି ସମୟ ପାଇଁ ସୁନା ଦର କମିବ, କିନ୍ତୁ ଦିପାବଳୀ ସୁଦ୍ଧା ଏହା ୩୯ରୁ ୪୦ ହଜାର ଟଙ୍କା ଛୁଇଁବ । ଅନ୍ତର୍ଜାତୀୟ ବଜାରରେ ଗତ ଜାନୁୟାରୀ ୧ରୁ ଆଜି ପର୍ଯ୍ୟନ୍ତ ସୁନାଦର ୨୦ ପ୍ରତିଶତ ବୃଦ୍ଧି ପାଇ ୧୫୪୬ ଡଲାରରେ ପହଞ୍ଚିଛି । ଭାରତରେ ଏବେ ସୁନାଦର ୧୦ ଗ୍ରାମ ପିଛା ୩୮୪୭୦ ଟଙ୍କା ରହିଛି ।

ସମ୍ବନ୍ଧିତ ଖବର