ଭୁବନେଶ୍ବର: ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ୍ଆଇଟି), ରାଉରକେଲାରେ ଇଣ୍ଡିଆନ୍ ମେଟାଲ୍ ଆଣ୍ଡ୍ ଫେରୋଆଲଏଜ୍ (ଇମ୍ଫା)ର ପ୍ରତିଷ୍ଠାତା ଡକ୍ଟର ବଂଶୀଧର ପଣ୍ଡାଙ୍କ ନାମରେ ଏକ ସ୍ବର୍ଣ୍ଣ ପଦକ ସ୍ଥାପନ କରାଯାଇଛି। ଏ ନେଇ ଉଭୟ ସଂସ୍ଥା ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ରାଉରକେଲା ଠାରେ ଇମ୍ଫାର କର୍ପୋରେଟ୍ ଆଫେୟାର୍ସ ବିଭାଗର ଉପସଭାପତି ଅଶୋକ ବେହେରା ଓ ଏନ୍ଆଇଟି ରାଉରକେଲାର ରେଜିଷ୍ଟ୍ରାର ପ୍ରଫେସର ପ୍ରଦୀପ କୁମାର ଦାସ ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ପ୍ରତ୍ୟକ ବର୍ଷ ବିଟେକ୍ ପରୀକ୍ଷାରେ ମେଟାଲର୍ଜି ଓ ମ୍ୟାଟେରିଆଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଥମ ସ୍ଥାନ ଅଧିକାର କରିବାକୁ ଥିବା ବିଦ୍ୟାର୍ଥୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ୨୦୧୯ ଶିକ୍ଷାବର୍ଷ ଠାରୁ ଏହା ପ୍ରଦାନ କରାଯିବ। ଏହି ସ୍ବର୍ଣ୍ଣ ପଦକ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇ ବୋଲି ଇମ୍ଫାର ପରିଚାଳନା ନିର୍ଦେଶକ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି।
ଏନ୍ଆଇଟି ରାଉରକେଲାରେ ଇମ୍ଫା ପ୍ରତିଷ୍ଠାତାଙ୍କ ନାମରେ ସ୍ବର୍ଣ୍ଣ ପଦକ
/sambad/media/post_attachments/wp-content/uploads/2019/11/fhfsdh1sdfh64sfh74sf98h74sfh4sf56h4sf65hsfsfsfsfsfsfsfsfsfsfsfsfsfsfsfsfsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)