ଭୁବନେଶ୍ବର: ସୁନା ଗହଣାରେ ଶୁଦ୍ଧତାର ମାପକାଡି ଗୋଲ୍ଡ ହଲ ମାର୍କିଂ ବାଧ୍ୟତା ମୂଳକ ହେବ । ଏହାଦ୍ୱାରା ସୁନା ଗହଣା କାରବାରରେ ଚାଲିଥିବା ଠକାମୀ ବନ୍ଦ ହେବ ବୋଲି କୁହାଯାଇଥିବା ବେଳେ ଏଭଳି ହଲ ମାର୍କିଂ ଦ୍ୱାରା ଗହଣାର ଦାମ ବଢ଼ିବ ବୋଲି ଆଶଙ୍କା କରାଯାଉଛି ।
ଏନେଇ ଆସନ୍ତୁ ଜାଣିବା କ’ଣ ଏହି ହଲମାର୍କ : ହଲ ମାର୍କ ହେଉଛି ସୁନା ଶୁଦ୍ଧତାର ମାପକାଠି । ଜୁନ ୧ ଠାରୁ ଆପଣ କିଣୁଥିବା ସମସ୍ତ ସୁନା ଗହଣା ଉପରେ ହୋଲମାର୍କ ଲେଖା ରହିବ । ଅର୍ଥାତ ଆପଣଙ୍କ ଗହଣା କେତେ କ୍ୟାରେଟର ତାହା ସ୍ପଷ୍ଟ ହୋଇଥିବ । ଏହାଦ୍ୱାରା ଆପଣ ଯେଉଁଠାରୁ କିଣନ୍ତୁ ବା ଯେଉଁଠାରେ ବିକନ୍ତୁ ଆପଣଙ୍କୁ କୌଣସି ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିବ ନାହିଁ ।
କେଉଁ କେଉଁ କ୍ୟାରେଟର ସୁନା ମାର୍କେଟରେ ଉପଲବ୍ଧ ହେବ : ସୁନା ଗହଣା ବା ସୁନାର ମୂର୍ତ୍ତୀ ୧୪,୧୮ ଓ ୨୨ କ୍ୟାରେଟରେ ମିଳିବ । ହେଲେ ୨୦ କ୍ୟାରେଟର ସୁନା ଗହଣା ବିକ୍ରି ପାଇଁ ବ୍ୟବସାୟୀ ମାନେ ଦାବି କରିଛନ୍ତି ।
ଗହଣା ଉପରେ ହଲ ମାର୍କ ବାଧ୍ୟତାମୂଳକ ହେବା ପରେ ଗହଣା ଦୋକାନୀ ସୁନାର ଗୁଣବତ୍ତା ନେଇ ଗ୍ରାହକମାନଙ୍କୁ ଠକି ପାରିବେ ନାହିଁ । ଏହାଦ୍ୱାରା ଆପଣ କିଣୁଥିବା ଗହଣା ଉପରେ ୪ ଟି ଚିହ୍ନ ରହିବ । ବିଆଇଏସ୍ ମାର୍କ, କ୍ୟାରେଟ, ହଲମାର୍କିଂ ସେଣ୍ଟରର ନମ୍ବର ଓ ଗହଣା ଦୋକାନର ପରିଚୟପତ୍ର ନମ୍ବର ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Untitled-42.jpg)