ଠକାମୀ ରୋକିବାକୁ ବାଧ୍ୟତାମୂଳକ ହେବ ଗୋଲ୍ଡ ହଲମାର୍କିଂ, ଜୁନ୍‌ ପହିଲାରୁ ବୃଦ୍ଧି ପାଇପାରେ ସୁନା ଦର

ଭୁବନେଶ୍ବର: ସୁନା ଗହଣାରେ ଶୁଦ୍ଧତାର ମାପକାଡି ଗୋଲ୍ଡ ହଲ ମାର୍କିଂ ବାଧ୍ୟତା ମୂଳକ ହେବ । ଏହାଦ୍ୱାରା ସୁନା ଗହଣା କାରବାରରେ ଚାଲିଥିବା ଠକାମୀ ବନ୍ଦ ହେବ ବୋଲି କୁହାଯାଇଥିବା ବେଳେ ଏଭଳି ହଲ ମାର୍କିଂ ଦ୍ୱାରା ଗହଣାର ଦାମ ବଢ଼ିବ ବୋଲି ଆଶଙ୍କା କରାଯାଉଛି ।

ଏନେଇ ଆସନ୍ତୁ ଜାଣିବା କ’ଣ ଏହି ହଲମାର୍କ : ହଲ ମାର୍କ ହେଉଛି ସୁନା ଶୁଦ୍ଧତାର ମାପକାଠି । ଜୁନ ୧ ଠାରୁ ଆପଣ କିଣୁଥିବା ସମସ୍ତ ସୁନା ଗହଣା ଉପରେ ହୋଲମାର୍କ ଲେଖା ରହିବ । ଅର୍ଥାତ ଆପଣଙ୍କ ଗହଣା କେତେ କ୍ୟାରେଟର ତାହା ସ୍ପଷ୍ଟ ହୋଇଥିବ । ଏହାଦ୍ୱାରା ଆପଣ ଯେଉଁଠାରୁ କିଣନ୍ତୁ ବା ଯେଉଁଠାରେ ବିକନ୍ତୁ ଆପଣଙ୍କୁ କୌଣସି ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିବ ନାହିଁ ।

କେଉଁ କେଉଁ କ୍ୟାରେଟର ସୁନା ମାର୍କେଟରେ ଉପଲବ୍ଧ ହେବ : ସୁନା ଗହଣା ବା ସୁନାର ମୂର୍ତ୍ତୀ  ୧୪,୧୮ ଓ ୨୨ କ୍ୟାରେଟରେ ମିଳିବ । ହେଲେ ୨୦ କ୍ୟାରେଟର ସୁନା ଗହଣା ବିକ୍ରି ପାଇଁ ବ୍ୟବସାୟୀ ମାନେ ଦାବି କରିଛନ୍ତି ।

ଗହଣା ଉପରେ ହଲ ମାର୍କ ବାଧ୍ୟତାମୂଳକ ହେବା ପରେ ଗହଣା ଦୋକାନୀ ସୁନାର ଗୁଣବତ୍ତା ନେଇ ଗ୍ରାହକମାନଙ୍କୁ ଠକି ପାରିବେ ନାହିଁ । ଏହାଦ୍ୱାରା ଆପଣ କିଣୁଥିବା ଗହଣା ଉପରେ ୪ ଟି ଚିହ୍ନ ରହିବ । ବିଆଇଏସ୍ ମାର୍କ, କ୍ୟାରେଟ, ହଲମାର୍କିଂ ସେଣ୍ଟରର ନମ୍ବର ଓ ଗହଣା ଦୋକାନର ପରିଚୟପତ୍ର ନମ୍ବର ।

ସମ୍ବନ୍ଧିତ ଖବର