ସୁନା ଦାମ୍ ୩୮,୭୦୦ ଟଙ୍କା ଟପିଲା

ନୂଆଦିଲ୍ଲୀ: ସୁନା ଦାମ୍‌ରେ ବୃଦ୍ଧିର ଧାରା ଜାରି ରହିଛି। ଆଜି ନୂଆଦିଲ୍ଲୀ ବଜାରରେ ସୁନାର ୧୦ ଗ୍ରାମ ପିଛା ଦର ୨୦୦ ଟଙ୍କା ବୃଦ୍ଧି ପାଇ ୩୮,୭୭୦ ଟଙ୍କା ହୋଇଯାଇଛି। ପ୍ରଥମ ଥର ପାଇଁ ସୁନା ଦାମ୍‌କୁ ଏଭଳି ଉଚ୍ଚ ସ୍ତରରେ ଦେଖିବାକୁ ମିଳିଛି। ଗହଣା ନିର୍ମାତାମାନେ ଅଧିକ ସୁନା କିଣୁଥିବାରୁ ଏହି ମୂଲ୍ୟବାନ ହଳଦିଆ ଧାତୁର ଚାହିଦା ବଢ଼ୁଥିବା କୁହାଯାଉଛି। ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍‌ସ ପିଛା ଦର ୧୫୦୦ ଡଲାରକୁ ହ୍ରାସ ପାଇବା ସତ୍ତ୍ବେ ଭାରତରେ ଏହାର ଦାମ୍ ବଢ଼ିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ମଧ୍ୟ ସୁନା ଦର ବୃଦ୍ଧିର ଆଉ ଏକ କାରଣ ବୋଲି କୁହାଯାଉଛି। ଅବଶ୍ୟ, ରୁପା ଦରରେ ଆଜି କିଲୋ ପିଛା ୧୧୦୦ ଟଙ୍କାର ହ୍ରାସ ଘଟିଛି। ଏକ କେଜି ରୁପାର ଦାମ୍ ୪୩,୯୦୦ ଟଙ୍କାକୁ ଖସିଯାଇଛି।

ସମ୍ବନ୍ଧିତ ଖବର