ଭୁବନେଶ୍ବର: ଇରାନ-ଇସ୍ରାଏଲ୍‌ ଉତ୍ତେଜନା ପ୍ରଭାବରେ ଭୁବନେଶ୍ବରରେ ସୁନା ଦାମ୍ ୧ ଲକ୍ଷ ଟଙ୍କାରୁ ଅଧିକ ହୋଇଛି। ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ୍‌ ପିଛା ଦାମ୍ ଦିନକରେ ୨୧୨୦ ଟଙ୍କା ବୃଦ୍ଧି ପାଇ ୧,୦୧,୪୦୦ ଟଙ୍କା ହୋଇଛି। ସେହି ସମୟରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍‌ ପିଛା ଦାମ୍ ଶୁକ୍ରବାର ୧୯୫୦ ଟଙ୍କା ବୃଦ୍ଧି ପାଇ ୯୨,୯୫୦ ଟଙ୍କା ହୋଇଛି। ଗତ ତିନି ଦିନରେ ୨୨ କ୍ୟାରେଟ୍‌ ସୁନା ଦାମ୍ ୩୫୦୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନା ଦାମ୍ ୩୮୨୦ ଟଙ୍କା ବୃଦ୍ଧି ପାଇଛି। ରୁପା କେଜି ମଧ୍ୟ ୧୧୦୦ ଟଙ୍କା ମହଙ୍ଗା ହୋଇ ୧,୨୦,୦୦୦ ଟଙ୍କା ହୋଇଛି। ତେବେ ନୂଆଦିଲ୍ଲୀରେ ସୁନା ୧୦ ଗ୍ରାମ୍‌ ପିଛା ଦାମ୍ ୧୬୦୩ ଟଙ୍କା ବୃଦ୍ଧି ପାଇ ୯୯,୦୫୮ ଟଙ୍କା ହୋଇଥିବା ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ୍‌ ଜୁଏଲର୍ସ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି। ରୁପା କେଜି ମଧ୍ୟ ୬୬୯ ଟଙ୍କା ବୃଦ୍ଧି ପାଇ ୧,୦୬,୧୬୭ ଟଙ୍କା ହୋଇଛି।