ଭୁବନେଶ୍ବର: ବିଶ୍ବ ବଜାରରେ ଅସ୍ଥିରତା ଦେଖାଦେଇଥିବାରୁ ପୁଣି ଥରେ ସୁନା ମହଙ୍ଗା ହୋଇଛି। ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୪୩୦ ଟଙ୍କା ବୃଦ୍ଧି ପାଇ ୮୦,୦୦୭ ଟଙ୍କା ହୋଇଛି। ତେବେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୭୩,୪୦୦ ଟଙ୍କାରେ ପହଞ୍ଚିଛି। ୨୨ କ୍ୟାରେଟ୍ ସୁନାରେ ଗହଣା ଓ ଅନ୍ୟାନ୍ୟ ଜିନିଷ ପ୍ରସ୍ତୁତ ହେଉଥିବା ବେଳେ ୨୪ କ୍ୟାରେଟ୍ ହେଉଛି ସୁନା ବାର୍ ଓ କଏନ୍। ସୁନା ଭଳି ରୁପା ଦାମ୍ ମଧ୍ୟ ବଢ଼ିଛି। ସୋମବାର ରୁପାର କିଲୋ ପିଛା ଦାମ୍ ୧୦୦୦ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୨ ହଜାର ଟଙ୍କା ହୋଇଛି। ସାଧାରଣତଃ ବିଶ୍ବ ବଜାରରେ ଅସ୍ଥିରତା ଦେଖାଦେଲେ ସୁନାର ଚାହିଦା ବଢ଼ିଥାଏ। ନିବେଶକମାନେ ନିଜ ସମ୍ପତ୍ତିକୁ ସୁରକ୍ଷିତ ରଖିବା ଲାଗି ସୁନାରେ ନିବେଶ କରିଥାନ୍ତି। ଯେହେତୁ ଗତବର୍ଷ ସୁନା ୩୦ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଇଛି, ତେଣୁ ତାହା ନିବେଶକମାନଙ୍କ ଲାଗି ଆକର୍ଷଣୀୟ ହୋଇରହିଛି। କିନ୍ତୁ ପିଲାଙ୍କ ବାହାଘର ଲାଗି ସୁନା କିଣିବାକୁ ଚାହୁଥିବା ଲୋକମାନଙ୍କ ଲାଗି ଦରବୃଦ୍ଧି ଚିନ୍ତାର କାରଣ ହୋଇପାରେ।
ସୁନା ଦାମ୍ ୮୦ ହଜାର ଟପିଲା
ବିଶ୍ବ ବଜାରରେ ଅସ୍ଥିରତା ଦେଖାଦେଇଥିବାରୁ ପୁଣି ଥରେ ସୁନା ମହଙ୍ଗା ହୋଇଛି। ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୪୩୦ ଟଙ୍କା ବୃଦ୍ଧି ପାଇ ୮୦,୦୦୭ ଟଙ୍କା ହୋଇଛି।
/sambad/media/media_files/2025/01/14/d6tZcyh4f3TYe3HHeyux.jpg)