ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ସୁନା ଓ ଅନ୍ୟ ମୂଲବାନ ଧାତୁ ମୂଲ୍ୟ ହ୍ରାସ ପାଇଛି। ଏହାର ପ୍ରଭାବ ଭାରତ ବଜାର ଉପରେ ପଡ଼ିଛି। ଦିଲ୍ଲୀର ସୁନାରୁପା ବଜାରରେ ଆଜି ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୬୩ ଟଙ୍କା ହ୍ରାସ ପାଇ ୪୮୨୧୫ ଟଙ୍କା ରହିଛି। ପୂର୍ବଦିନ ସୁନା ମୂଲ୍ୟ ୪୮୭୭୮ ଟଙ୍କା ରହିଥିଲା। ସେହିଭଳି ରୁପା ମୂଲ୍ୟ କିଲୋଗ୍ରାମ ପିଛା ୧୧୮୬ ଟଙ୍କା ଖସି ୬୨୭୯୨ ଟଙ୍କା ରହିଛି। ପୂର୍ବଦିନ ରୁପା ମୂଲ୍ୟ କିଲୋଗ୍ରାମ ପିଛା ୬୩୯୭୮ ଟଙ୍କା ରହିଥିଲା। ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ଆଉନ୍ସ ପିଛା ୧୮୧୦ ଡଲାରକୁ କମିଥିବାବେଳେ ରୁପା ଦର ୨୩.୧୦ ଡଲାରରେ ଅପରିବର୍ତ୍ତିତ ରହିଛି।
୫୬୩ ଟଙ୍କା କମିଲା ସୁନା, ରୁପା ୧୧୮୬ ଟଙ୍କା
/sambad/media/post_attachments/wp-content/uploads/2022/01/gold-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)