ନୂଆଦିଲ୍ଲୀ: ଦେଶରେ ସୁନା ମୂଲ୍ୟ ସର୍ବକାଳୀନ ରେକର୍ଡ ସ୍ତର ୫୭ ହଜାର ଟଙ୍କାକୁ ବୃଦ୍ଧି ପାଇଛ। ଶେଷ ଥର ପାଇଁ ୨୦୨୦ ଅଗଷ୍ଟରେ ସୁନା ଦାମ୍ ୫୬,୨୦୦ ଟଙ୍କା ଭଳି ଉଚ୍ଚ ସ୍ତରରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନର ଦାମ୍ ତା’ଠାରୁ ୮୦୦ ଟଙ୍କା ଅଧିକ ରହିଛି। କୋଭିଡ୍ ମହାମାରୀ ପାଇଁ ୨୦୨୦ରେ ସୁନା ମହଙ୍ଗା ହୋଇଛି। ସୁନା ଅତ୍ୟଧିକ ମହଙ୍ଗା ହୋଇଥିବାରୁ କେବଳ ବିବାହ କିମ୍ବା ସେହିଭଳି ଜରୁରୀ କାମ ପାଇଁ ଗ୍ରାହକମାନେ ସୁନା କିଣୁଛନ୍ତି। ସୁନା ଚାହିଦାରେ ୨୫% ଭଳି ହ୍ରାସ ଘଟିଛି। ଗତବର୍ଷ ଦୀପାବଳି ତୁଳନାରେ ସୁନା ମୂଲ୍ୟରେ ୧୪% ବୃଦ୍ଧି ହୋଇଛି। ସୁନା ମହଙ୍ଗା ହୋଇଥିବାରୁ ଉପହାର ଆକାରରେ ବିକ୍ରି ହେଉଥିବା ସାମଗ୍ରୀର ଚାହିଦା ସାମାନ୍ୟ ହ୍ରାସ ପାଇଛି। ଲୋକମାନେ ସୁନା କମ୍ କିଣୁଥିବା ବେଳେ ହୀରା ଗହଣାକୁ ଅଧିକ ପସନ୍ଦ କରୁଥିବା ଜାତୀୟ ସ୍ତରର ଗହଣା ବିକ୍ରେତାମାନେ କହିଛନ୍ତି।
ସୁନା ମୂଲ୍ୟ ୫୭ ହଜାର ଟଙ୍କା
/sambad/media/post_attachments/wp-content/uploads/2022/12/gold-final.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)