କମିଲା ସୁନା ଦର

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ୬ ସପ୍ତାହ ଧରି ସୁନା ଦର ବୃଦ୍ଧି ପାଇ ଆସୁଥିଲା। ଏଥିଯୋଗୁ ସୁନା ଦର ପ୍ରାୟ ୬ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। କିନ୍ତୁ ପାର୍ବଣ ଋତୁ ପରେ ସୁନା ଚାହିଦା ହ୍ରାସ ଯୋଗୁ ସୁନା ଦର କମିବାରେ ଲାଗିଛି। ‌ରେକର୍ଡ ସ୍ତରରୁ ଏହା ତଳକୁ ଖସିଛି। ୧୦ ଗ୍ରାମ ପିଛା ୫୮୦ ଟଙ୍କା ହ୍ରାସ ଘଟି ସୁନା ମୂଲ୍ୟ ୩୨୦୭୦ ଟଙ୍କାରେ ରହିଛି। ସୁନା ଚାହିଦା ହ୍ରାସ ସହିତ ଅନ୍ତର୍ଜାତୀୟ ମୁଦ୍ରା ବିନିମୟ ବଜାରରେ ଡଲାର ମୂଲ୍ୟ ସୁଦୃଢ଼ ହେବା ଫଳରେ ସୁନା ଦର କମିଛି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପିଛା ୧୨୧୦.୪୦ ଡଲାରକୁ ଖସିଆସିଛି।

ସମ୍ବନ୍ଧିତ ଖବର