କିଛିଦିନ କମିବା ପରେ ପୁଣି ବଢିଲା ସୁନା, ୧୦ ଗ୍ରାମ ପିଛା ଟ.୫୧,୨୨୨ କୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତୀୟ ବଜାରରେ ସୁନାଦର ଆଜି ସ୍ଥିର ରହିଛି । ଭାରତୀୟ ବୁଲିୟନ ଓ ଜୁଏଲର୍ସ ଆସୋସିଏସନ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଆଜି ଦେଶରେ ସୁନାଦର ୧୦ ଗ୍ରାମ ପିଛା ୫୧,୨୨୨ ଟଙ୍କା କୁ ବୃଦ୍ଧି ପାଇଛି । ଗତକାଲି ସୁନାଦର ୫୧୧୧ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ସୁନାଦର ୧୦ ଗ୍ରାମ ପିଛା ୪୯,୯୪୮ ଟଙ୍କା ରହିଛି । ତେବେ ଏସବୁ ଦର ଉପରେ ୩ ପ୍ରତିଶତ ଜିଏସଟି ଲାଗୁ ହେବ । ସେହିପରି ରୁପାମଧ୍ୟ କିଲୋଗ୍ରାମ ପିଛା ୨୩୧୪ ଟଙ୍କା ବୃଦ୍ଧି ପାଇ ୬୫,୩୮୮ ଟଙ୍କାରେ ପହଞ୍ଚିଛି ।
ଆମେରିକାର ଫେଡେରାଲ ରିଜର୍ଭ ମୁଖ୍ୟ ଜିରୋମ ପାେଓ୍ଵଲ ଆଜି ନିଜର ମୁଦ୍ରାନୈତିକ ଅଭିଭାଷଣ ରଖିବାକୁ ଥିବାବେଳେ ତାପୂର୍ବରୁ ନିବେଶକମାନେ ସତର୍କ ହୋଇଉଠିଛନ୍ତି । ଫେଡେରାଲ ରିଜର୍ଭର ନିଷ୍ପତ୍ତି ଅନୁସାରେ ଡଲାର ମୂଲ୍ୟ ନିର୍ଭର କରୁଥିବାରୁ ନିବେଶକମାନେ ଏହି ପଦକ୍ଷେପ ନେଇଛନ୍ତି ।
ଅନ୍ତର୍ଜାତୀୟ ବଜାରରେ ସୁନାଦର ଆଉନ୍ସ ପିଛା ୨୦୦୦ ଡଲାର ତଳକୁ ଖସିଆସିଛି । ସ୍ପଟ୍‌ ବଜାରରେ ସୁନା ଆଉନ୍ସ ପିଛା ୧୯୪୨ ଡଲାରରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୧୭.୪୯ ଗ୍ରାମ । ଏହାର ପ୍ରଭାବ ଯୋଗୁଁ ଭାରତୀୟ ବଜାରରେ ସୁନା କମୁଛି ବୋଲି ବିଶେଷଜ୍ଞମାନେ କହିଛନ୍ତି । ବିଶ୍ୱ ବଜାରରେ ଡଲାର ମୂଲ୍ୟ ବୃଦ୍ଧି ପାଇବା ଫଳରେ ନିବେଶକମାନେ ସୁନା ଉପରୁ ଆଗ୍ରହ କମାଇଛନ୍ତି ।

ସମ୍ବନ୍ଧିତ ଖବର