ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ହ୍ରାସ ପାଇଥିବା ସତ୍ତ୍ୱେ ଭାରତୀୟ ବଜାରରେ ଚାହିଦା ବୃଦ୍ଧି ଫଳରେ ସୁନା ଦର ବୃଦ୍ଧି ପାଇଛି । ଦିଲ୍ଲୀରେ ଆଜି ସୁନା ଦର ୧୦ ଗ୍ରାମ ପିଛା ୧୭୦ ଟଙ୍କା ବୃଦ୍ଧି ପାଇଛି ଓ ରୁପା ମଧ୍ୟ କିଲୋଗ୍ରାମ ପିଛା ୯୧୦ ଟଙ୍କା ବୃଦ୍ଧି ପାଇଛି । ଏହି ବୃଦ୍ଧି ଫଳରେ ଦିଲ୍ଲୀର ବୁଲିୟନ ମାର୍କେଟରେ ସୁନାଦର ୧୦ ଗ୍ରାମ ପିଛା ୩୫,୬୭୦ଟଙ୍କାରେ ପହଞ୍ଚିଛି । ରୁପାଦର ମଧ୍ୟ କିଲୋଗ୍ରାମ ପିଛା ଏବେ ୪୧,୧୦୦ ଟଙ୍କାରେ ବିକ୍ରି ହେଉଛି ।
/sambad/media/post_attachments/wp-content/uploads/2019/03/05_03_2019-sbi-gold_19016698-300x200.jpg)
ଭାରତୀୟ ବଜାରରେ ୯୯.୯ ପ୍ରତିଶତ ଓ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୧୭୦ ଟଙ୍କା ଲେଖାଏଁ ବୃଦ୍ଧି ପାଇ ଯଥାକ୍ରମେ ୩୫,୬୭୦ ଓ ୩୫,୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପିଛା ୧୪୨୨ ଡଲାରରେ ପହଞ୍ଚିଛି । ସେହିପରି ରୁପା ଆଉନ୍ସ ପିଛା ୧୬.୧୭ ଡଲାରରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/gold-2.jpg)