ସୁନାଦର ବଢିଲା, ୧୦ ଗ୍ରାମ ପିଛା ୧୭୦ ଟଙ୍କା ବୃଦ୍ଧି  

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ହ୍ରାସ ପାଇଥିବା ସତ୍ତ୍ୱେ ଭାରତୀୟ ବଜାରରେ ଚାହିଦା ବୃଦ୍ଧି ଫଳରେ ସୁନା ଦର ବୃଦ୍ଧି ପାଇଛି ।   ଦିଲ୍ଲୀରେ ଆଜି  ସୁନା ଦର   ୧୦ ଗ୍ରାମ ପିଛା ୧୭୦ ଟଙ୍କା ବୃଦ୍ଧି ପାଇଛି  ଓ  ରୁପା ମଧ୍ୟ କିଲୋଗ୍ରାମ ପିଛା ୯୧୦ ଟଙ୍କା ବୃଦ୍ଧି ପାଇଛି । ଏହି ବୃଦ୍ଧି ଫଳରେ ଦିଲ୍ଲୀର  ବୁଲିୟନ ମାର୍କେଟରେ ସୁନାଦର ୧୦ ଗ୍ରାମ ପିଛା ୩୫,୬୭୦ଟଙ୍କାରେ ପହଞ୍ଚିଛି । ରୁପାଦର ମଧ୍ୟ  କିଲୋଗ୍ରାମ ପିଛା ଏବେ ୪୧,୧୦୦ ଟଙ୍କାରେ ବିକ୍ରି ହେଉଛି ।

ଭାରତୀୟ ବଜାରରେ  ୯୯.୯ ପ୍ରତିଶତ ଓ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୧୭୦ ଟଙ୍କା ଲେଖାଏଁ ବୃଦ୍ଧି ପାଇ ଯଥାକ୍ରମେ ୩୫,୬୭୦ ଓ ୩୫,୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପିଛା ୧୪୨୨ ଡଲାରରେ ପହଞ୍ଚିଛି  ।  ସେହିପରି ରୁପା ଆଉନ୍ସ ପିଛା ୧୬.୧୭ ଡଲାରରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ ।

ସମ୍ବନ୍ଧିତ ଖବର