ଭୁବନେଶ୍ବର: ଦୁଇଦିନ ମଧ୍ୟରେ ସୁନା ଦରରେ ୧୫୫୦ ଟଙ୍କାର ବୃଦ୍ଧି ଘଟିଛି। ଗତକାଲି ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୭୫୦ ଟଙ୍କା ବଢ଼ିଥିଲା। ଗୁରୁବାର ଦର ଆଉ ୮୦୦ ଟଙ୍କା ବଢ଼ିବାରୁ ଏହାର ଦାମ୍ ୯୧ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ୨୪ କ୍ୟାରେଟ୍ ସୁନାର ଦାମ୍ ବୁଧବାର ୮୨୦ ଟଙ୍କା ଓ ଗୁରୁବାର ୮୮୦ ଟଙ୍କା ବଢ଼ିଛି। ଫଳରେ ଦୁଇ ଦିନରେ ଏହି ସୁନାର ୧୦ ଗ୍ରାମ ପିଛା ଦାମ୍ ୧୭୦୦ ଟଙ୍କା ବୃଦ୍ଧି ପାଇ ୯୯,୨୮୦ ଟଙ୍କା ହୋଇଛି। ଫଳରେ ପୁଣି ଥରେ ସୁନା ଦର ଏକ ଲକ୍ଷ ଟଙ୍କା ଆଡ଼କୁ ମୁହାଁଇଛି। ରୁପା ଦାମ୍‌ରେ କିନ୍ତୁ ଗୁରୁବାର ହ୍ରାସ ଘଟିଛି। ଏକ କେଜି ରୁପା ମୂଲ୍ୟ ୧୦୦୦ ଟଙ୍କା କମ୍ ହୋଇ ୧,୧୮,୯୦୦ ଟଙ୍କାକୁ ଖସିଆସିଛି। ତଥାପି ଏହି ଦର ସ୍ବାଭାବିକ ସମୟଠାରୁ ଯଥେଷ୍ଟ ଉପରେ ରହିଛି।