ସୁନାଦର ୨୫୫ ଟଙ୍କା ବୃଦ୍ଧି ପାଇ ୨୮,୬୧୦ ରେ ପହଞ୍ଚିଲା

ନୂଆଦିଲ୍ଲୀ: ସୁନାଦର ଗୁରୁବାରଦିନ ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ଦରରେ ଉନ୍ନତି ଓ ଘରୋଇ ବଜାରରେ ସୁନା ଚାହିଦା ବୃଦ୍ଧି ଫଳରେ ସୁନାଦର ୧୦ ଗ୍ରାମ ପିଛା ୨୫୫ ଟଙ୍କା ବୃଦ୍ଧି ପାଇ ୨୮,୬୧୦ ଟଙ୍କାରେ ପହଞ୍ଚିଛି । ବିବାହ ଋତୁ ଫଳରେ ଜୁଏଲର୍ସ ଓ ରିଟେଲର ମାନଙ୍କ ଦ୍ୱାରା ସୁନା କ୍ରୟ ବୃଦ୍ଧି ପାଇଛି । ଏହା ଯୋଗୁଁ ଘରୋଇ ବଜାରେ ସୁନା ଚାହିଦା ବଢିଥିବା ଜଣାଯାଇଛି । ସେହିପରି ରୁପା ମଧ୍ୟ କିଲୋଗ୍ରାମ ପିଛା ୬୭୦ ଟଙ୍କା ବୃଦ୍ଧି ପାଇ ୩୭୦୦୦ ଟଙ୍କାରେ ପହଞ୍ଚିଛି ।

ଷ୍ଟାଣ୍ଡାର୍ଡ ଗୋଲ୍ଡ (୯୯.୫ ଶୁଦ୍ଧତା) ୨୫୫ ଟଙ୍କା ବୃଦ୍ଧି ପାଇ ୨୮୬୧୦ ଟଙ୍କାରେ ପହଞ୍ଚିଛି । ବୁଧବାଦିନ ଏହା ୨୮,୩୫୫ ଟଙ୍କାରେ ବନ୍ଦ ହୋଇଥିଲା । ସେହପରି ପ୍ୟୋର ଗୋଲ୍ଡ (୯୯.୯ ଶୁଦ୍ଧତା) ୨୫୫ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୨୮,୭୬୦ ଟଙ୍କାରେ ବନ୍ଦ ହୋଇଛି । ଅନ୍ତର୍ଜାତୀୟ ସ୍ପଟ୍‌ ବଜାରରେ ସୁନା ଆଉନ୍ସ (୨୮.୩୪ ଗ୍ରାମ)ପିଛା ୦.୧ ପ୍ରତିଶତ ବୃଦ୍ଧି ପାଇ ୧୨୫୬ ଡଲାରରେ ପହଞ୍ଚିଛି । ରୁପା ମଧ୍ୟ ୦.୬ ପ୍ରତିଶତ ବୃଦ୍ଧି ପାଇ ଆଉନ୍ସ ପିଛା ୧୫.୯୭ ଡଲାରରେ ପହଞ୍ଚିଛି ।

ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ବା ଫେଡେରାଲ ରିଜର୍ଭ ପକ୍ଷରୁ ଗୁରୁବାରଦିନ ସୁଧହାର ବଢାଇବା ଫଳରେ ଡଲାର ମୂଲ୍ୟ ହ୍ରାସ ପାଇଥିଲା । ପରେ ଅବଶ୍ୟ ଡଲାର ମୂଲ୍ୟରେ ଉନ୍ନତି ଦେଖାଦେଇଛି । ଏହାର ପ୍ରଭାବରେ ସୁନା ଦରରେ ଏହି ଉନ୍ନତି ଦେଖାଦେଇଛି । ଆଜିକୁ ମିଶାଇ ଫେଡେରାଲ ରିଜର୍ଭ ୨୦୧୭ରେ ତିନିଥର ସୁଧହାର ବଢାଇସାରିଛି । ଆଗକୁ ମଧ୍ୟ ୨-୩ ଥର ସୁଧହାର ବଢାଇବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର