ନୂଆଦିଲ୍ଲୀ : ଚଳିତ ମାସରେ ସୁନା ଦରରେ କ୍ରମାଗତ ବୃଦ୍ଧି ଦେଖିବାକୁ ମିଳୁଛି । ସୁନା ଦର ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି । ଶୁକ୍ରବାର ଲଗାତାର ସପ୍ତମ ଦିନ ପାଇଁ ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିଛି । ଭାରତରେ ସୁନା ଦର ୧୦ ଗ୍ରାମ ପିଛା ୬୬,୦୦୦ ସ୍ତର ଅତିକ୍ରମ କରିଛି । ଡଲାର ଦୁର୍ବଳ ହେବା ଏବଂ ଫେଡ୍ ରିଜର୍ଭର ସୁଧ ହାର ହ୍ରାସ ଆଶା ଯୋଗୁଁ ସୁନା ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳୁଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Advertisment

ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ପ୍ରଥମ ଥର ପାଇଁ ସୁନା ମୂଲ୍ୟ ୬୬,୦୦୦ ଅତିକ୍ରମ କରିଛି । ବଜାର ବନ୍ଦ ହେବା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୬୬,୦୨୩ ଟଙ୍କାରେ ପହଞ୍ଚିଛି ।

ଅନ୍ତର୍ଜାତୀୟ ବଜାର ବଜାରରେ ବି ସୁନାଦର ବଢିଚାଲିଛି ଓ ତାହା ଆଉନ୍ସ ପିଛା ୨୧୮୫ ଡଲାର ଛୁଇଁଛି ।

କେବଳ ମାର୍ଚ୍ଚରେ ବଢିଲା ୩୮୦୦ ଟଙ୍କା

ମାର୍ଚ୍ଚ ମାସରେ ଏପର୍ଯ୍ୟନ୍ତ ସୁନା ଦରରେ ପାଖାପାଖି ୩୮୦୦ ଟଙ୍କାର ବୃଦ୍ଧି ଘଟିଛି । ଫେବ୍ରୁଆରି ଶେଷ କାରବାର ଦିବସରେ ସୁନା ୧୦ ଗ୍ରାମ ପିଛା ୬୨୫୬୭ ଟଙ୍କାରେ କାରବାର କରୁଥିଲା। ସେହିପରି ମାର୍ଚ୍ଚ ୮ ରେ ସୁନା ୧୦ ଗ୍ରାମ ପିଛା ୬୬,୩୫୬ ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଥିଲା । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟରେ ପାଖାପାଖି ୩୭୮୯ ଟଙ୍କାର ବୃଦ୍ଧି ଘଟିଛି । ଏପରି ବଢିଚାଲିଲେ ଦୀପାବଳି କିମ୍ବା ତାହାର ପୂର୍ବରୁ ହିଁ ୭୦ ହଜାର ଟପିବା ସମ୍ଭାବନା ରହିଛି ।